-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ କଲେଜରେ ବ୍ଲକସ୍ତରୀୟ ବକୃତା ପ୍ରତିଯୋଗିତା ତାରେ ସୋନପୁର ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଚାରକ ଭାବରେ ଅଧ୍ୟାପିକା ତେଜଶ୍ରୀ ମିଶ୍ର, ରଶ୍ମିରାଣୀ ବଡପଣ୍ଡା, ଅଧ୍ୟାପକ ବିଶ୍ୱ ନାଗ ଯୋଗଦେଇଥିଲେ । ଏଥିରେ ଦିପ୍ତିମୟୀ ଚିରଗୁନ ପ୍ରଥମ, ଆରାୟା ସୁନା ଦ୍ୱିତୀୟ, ମାଧୁରୀ ଭୋଇ ତୃତୀୟ ସ୍ଥାନ ଅଧିକାରୀ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଶମ୍ଭୂରାଜ କର୍ଣ୍ଣ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ଧବଲେଶ୍ୱର ଭୁକ୍ତା ସହେଯାଗ କରିଥିବା ବେଳେ ହୃଷିକେଶ ଦେହେରୀ ଧନ୍ୟବାଦ ଦେଇଥିଲେ ।