-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗିର ରୁ ପ୍ରକାଶିତ ସାପ୍ତାହିକ ପତ୍ରିକା ଅତଏବ୍ ର ସମ୍ପାଦକ ତଥା ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ର ପୂର୍ବତନ ପରିଚାଲନା ସମ୍ପାଦକ ସୁଶୀଲ କୁମାର ପଣ୍ଡା(55) ଙ୍କ ଆଜି ଦିନ୧୧ ଟା ସମୟରେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ଗତ କିଛିଦିନ ତଳେ ଶ୍ରୀ ପଣ୍ଡା ଚେନ୍ନାଇ ଠାରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେଠାରେ ହସ୍ପିଟାଲ ରେ ଭର୍ତି ହୋଇଥିଲେ l ପରେ ତାଙ୍କ ଅବସ୍ଥା ସାଂଘାତିକ ହୋଇ କୋମା କୁ ଚାଲି ଯାଇଥିଲେ l ଦୁଇଦିନ ଧରି ଶ୍ରୀ ଭେଣ୍ଟିଲେଟର ରେ ରହିଥିବା ବେଳେ ଆଜି
ଡାକ୍ତର ମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଭେଣ୍ଟିଲେଟର କାମ ଦେଇ ନ ଥିଲା l ଶ୍ରୀ ପଣ୍ଡା ଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗିର ରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ପଣ୍ଡା ଜଣେ ସଂଗଠକ ଭବରେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ସଂଘ ର ଜିଲ୍ଲା ସମ୍ପାଦକ ଦାୟିତ୍ଵ ତୁଲାଇ ଆସୁଥିଲେ l ସାମ୍ବାଦିକ ଶ୍ରୀ ପଣ୍ଡାଙ୍କ ଅକାଳ ବିୟୋଗରେ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ଓ ବଲାଙ୍ଗିର ପ୍ରେସ କ୍ଲବ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି l
ସାମ୍ବାଦିକ ଶ୍ରୀ ପଣ୍ଡା ଙ୍କ ଅବର୍ତ୍ତମାନ ରେ ପ୍ରେରଣା ପରିବାର ତରଫରୁ ଶୋକପ୍ରକାଶ କରାଯାଇଛି l