-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ଦେଓଗାଁ (ସୁଶୀଲ ନାଗ):ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍ ଅଧିନରେ ଥିବା ବନ୍ଧପଡ଼ା ଗ୍ରାମପଞ୍ଚାୟ ବନ୍ଧପଡ଼ା ଗ୍ରାମକୁ ସରକାରଙ୍କର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ।ବସୁଧା ଯୋଜନାରେ ଗ୍ରାମର ପ୍ରତେକ ପରିବାରଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଆଜି ତାହାର ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ୍ ଦଳର ନେତା ତଥା ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଏବଂ ବିଜେପି ର ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ମିଳିତ ଭାବରେ ଶିଳାନ୍ୟାସ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳର ଜନ ସାଧାରଣ ତଥା କଂଗ୍ରେସ୍ ଦଳର ବ୍ଲକ ସଭାପତି ରାମଜୀ ଚୌଧୁରୀ,ବ୍ଲକ ପ୍ରତିନିଧି କାନ୍ତେଶ୍ୱର୍ ପଧାନ,ବିଶ୍ୱଜିତ୍ ପାତ୍ର(ପପୁ) ଏବଂ ଦଳର ଅନ୍ୟ କାର୍ଯ୍ୟକର୍ତା ଓ ବିଜେପି ଦଳର ସାଂସଦଙ୍କ ବ୍ଲକ ପ୍ରତିନିଧି ଅମିତ୍ କୁମାର ସିଂନିନା,ବାସୁଦେବ ସିଂନିନା ଏବଂ ତାଙ୍କ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।