-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ): ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା। କାମ ଅନ୍ଵେଷଣରେ ପ୍ରତିବର୍ଷ ଏହି ଜିଲ୍ଲା ରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି। ବିଶେଷ କରି ଖପ୍ରାଖୋଲ,ବେଲପଡା, ତୁରେକେଲା,ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଳକ ଠାରୁ ଯାଉଥିବା ଦେଖିବାକୁ ମିଳେ। ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର କିଛି ମାତ୍ରାରେ ଅଟକ ରଖିବା ପାଇଁ ଚେଷ୍ଟା ଚଲାଇଛନ୍ତି। ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଳା ଗାଁରୁ ଆଜି ସକାଳୁ ଦାଦନ ଉଦ୍ଧାର କରି ଜଣକୁ ଗିରଫ କରାଯାଇଛି। ଆଜି ସକାଳ ୯:୩୦ ଟାରେ ଖପ୍ରାଖୋଲ ପୋଲିସ ଏ, ଏସ୍,ଆଇ ଗୋପାଳ ଚନ୍ଦ୍ର କୁମରା ପେଟ୍ରୋଲିଂ କରୁଥିଲେ ଏବଂ କଂସାପଲା ଗାଁ ଛକ ରେ କିଛି ଅଟୋଯୋଗେ ଯାଉଥିବା ଦେଖି ଅଟକ ରଖି ପଚରାଉଚରା କରିଥିଲେ। ସେଠୁ ଜାଣିବାକୁ ପାଇଥିଲେ ଯେ କଂସାପଲା ଗାଁ ର ରମେଶ ବାଗ ର ଜରିଆରେ ମୁନା ପାଲି ସର୍ଦ୍ଦାର ପାଖକୁ ଯାଉଛନ୍ତି। ତାପରେ ଖପ୍ରାଖୋଲ ଏ, ଏସ୍, ଆଇ କୁମରା ଘଟଣା ସ୍ଥଳରୁ ରମେଶ କୁ ଗିରଫ କରିବା ସହ ଅଟୋ ରିକ୍ସା ଜବତ କରିଛନ୍ତି। ସେହି ଅଟୋ ରେ ୪ ଜଣ ପୁରୁଷ ଓ ୩ ମହିଳା ସମେତ ୪ ଜଣ ଶିଶୁ ଥିବା ଜଣାପଡିଛି। ଖପ୍ରାଖୋଲ ଥାନା ରେ କେଶ ନମ୍ବର :୩୭୪/୨୧ ଆଇ,ପି, ସି ଧାରା ୨୫ ଆଇ, ଏସ୍ଏମ୍ଡବ୍ଳୁ ମାମଲା ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ସର୍ଦ୍ଦାର ବୈକୁଣ୍ଠ ଭତ୍ରା ଫେରାର ଥିବା ତଦନ୍ତ କାରୀ ଅଫିସର ଜୟଶଙ୍କର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।