-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ମୋ ପରିବାର ଆନୁକୂଲ୍ୟରେ ବିଜୁ ଜନତା ଦଳ ପକ୍ଷରୁ ତୁରେକେଲା ଡାକ୍ତରଖାନା ପରିସର ରେ ଜୀବର ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଟିଏ ଗୋଟିଏ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ନେତ୍ତୃତ୍ୱ ରେ
ଆୟୋଜିତ ଏହି କାର୍ୟ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଏବଂ ମୋ ପରିବାର ଜୀବନ ବିନ୍ଦୁ ର ରାଜ୍ୟ ସଂଯୋଜକ ଅରୂପ ପଟନାୟକ ଯୋଗ ଦେଇଥିଲେ, ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା, ତୁରେକେଲା ଡାକ୍ତରଖାନା ପରିସର ରେ ଶ୍ରୀ ପଟ୍ଟନାୟକ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ,
ଏହି ଶିବିର ରେ : ୫୬ ରୁ ଉର୍ଦ୍ଧ୍ବ ଲୋକମାନେ ରକ୍ତଦାନ କରିଥିଲେ,
ତୁରେକେଲା ଡାକ୍ତରଖାନା ର ଡାକ୍ତର ବିଷ୍ଣୁ ମେହେର, ଡାକ୍ତର ସୁରଜିତ ପାତ୍ର ଙ୍କ ଉପସ୍ଥିତ ଥିଲେ
ବିଜୁ ଜନତା ଦଳ ତରଫରୁ ଅରୁଣ ବାଗ,କିଶୋର ମଚଖଣ୍ଡ, ସହଦେଵ ନାଗ, ମନୋଜ ସାହୁ,ଜଗନ୍ନାଥ ରାଓ, ତାହୀର ଖାନ, ସହିତ ବହୁ ଯୁବ,ଛାତ୍ର, ମହିଳା ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ, ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର କଣ୍ଟାବାଞ୍ଜି ରୁ କୁନାଲ ଦାସ,ଶିବ ସାହୁ,ଦୁର୍ଗା ତାଣ୍ଡି,ପ୍ରଶାନ୍ତ ସାହୁ, ଟେକ୍ନିଶୀୟନ ତାପସ ଦାସ ପ୍ରମୁଖ ସହଯୋଗ କରିଥିଲେ
ତୁରେକେଲା ହୋଇଥିବା ଏହି ରକ୍ତଦାନ ଶିବିର ଯୁବକ ଏବଂ ମହିଳା ମାନେ ପ୍ରଥମ ଥର ରକ୍ତଦାନ କରିଥିଲେ