-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଗଞ୍ଜାମ (ଉମା ମହାରଣା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ନିଖିଳ ଓଡିଶା ଏମ ଡି ଏମ ପାଚିକା ଓ ସହାୟିକା ସଂଘ ଗତକାଲି ୧୨ ଦଫା ଦାବି ନେଇ କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହିତ ଦାବିପତ୍ର ଦେଇଛି l ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏମ ଡି ଏମ ରୋଷେଇ କରୁଥିବା ଶହେ ରୁ ଉର୍ଦ୍ଧ ପାଚିକା ଓ ସହାୟିକା ଗତକାଲି ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟ ଠାରୁ ପଦଯାତ୍ରା ରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାୟିତ୍ୱରେ ଥିବା ଏବିଇଓ ଙ୍କୁ ଦାବିପତ୍ର ପ୍ରଦାନ
କରିଥିଲେ l ପାଚିକା ଓ ସହାୟିକା ସଙ୍ଘ ପୂର୍ବରୁ ବହୁଦାବି ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ବେଳେ ବର୍ତମାନ ଦିଆଯାଇଥିବା ଦାବି ଗୁଡିକ ସରକାର ଆଗାମୀଦିନରେ ସମାଧାନ ନ କରନ୍ତି ତେବେ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ର ଚେତାବନୀ ଦେଇଛନ୍ତି ସଙ୍ଘ ର କର୍ମକର୍ତ୍ତା l