-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ବିନିକା(ହିମାଂଶୁ ଶେଖର ପୁଟେଲ) ରାଜ୍ୟ ସରକାରଙ୍କ ୫ଟି ରେ ନୁଆ କରି ସାମିଲ ହୋଇଥିବା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରl ବ୍ରଜବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତରେ ଆସି ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୫ ଟି କାର୍ଯ୍ୟର ଶୁଭାରମ୍ଭ କରିବା ସହ ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ବିଦ୍ୟାଳୟର
ପ୍ରଧାନ ଶିକ୍ଷକ,ଏସଏମସି ସଦସ୍ୟ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାଳୟର ଶ୍ରେଣୀଗୃହ ସମସ୍ୟା ଦୂର କରିବା ଦିଗରେ ନୂତନ କୋଠା ନିର୍ମାଣ ପାଇଁ ଗ୍ରାମବାସୀ ମନ୍ତ୍ରୀଙ୍କୁ ଅନୁରୋଧ କରିବାରୁ ମାନ୍ୟବର ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।