-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ ) ମହlଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ନ୍ୟାୟ ପ୍ରଦାନ ଏଵଂ ଏହି ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ ନେଇ ଆଜି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏକ ବାଇକ ରେଳିରେ ଭବାନୀପାଟଣା ରୁ ବାହାରି ଜୁନାଗଡ଼ କଲମପୁର କୋକସରା ଦେଇ ଧର୍ମଗଡ଼ ରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ l ଏହି ସଭାରେ ଶ୍ରୀ ଦାସ ଶିକ୍ଷୟତ୍ରୀ ମମିତାମେହେରଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତ ଜନସାଧାରଣ 7 ତାରିଖ ଦିନ 11ଘଣ୍ଟା ସମୟରେ 2ମିନିଟ ପାଇଁ ନିରବ ପ୍ରାର୍ଥନା କରିବା ସହ ଆସନ୍ତା 8 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କଳାହାଣ୍ଡି ଗସ୍ତ ସମୟରେ ସମସ୍ତ ଜନ ସାଧାରଣ ନିଜ ନିଜ ଘରେ ରହି ଘଣ୍ଟାକ ପାଇଁ ଜନତା କର୍ଫୁରେ ରହି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରିବା ପାଇଁ ଯୋଡହସ୍ତରେ ନିବେଦନ କରିଛନ୍ତି l ସେ ନିଜ ବକ୍ତବ୍ୟ ମାଧ୍ୟମରେ ମୁଁ ନିର୍ବାଚନ ଲଢ଼ିବି ନାହିଁ କିନ୍ତୁ ଅନ୍ୟାୟ ବିରୁଦ୍ଧରେ ଏବଂ କଳାହାଣ୍ଡି ମାଟି ପାଇଁ ଲଢେଇ କରିବି ବୋଲି କହିଛନ୍ତି l ଏହି ବାଇକ ରେଳିରେ ଦଳୀୟ ଶତାଧିକ କର୍ମୀ ଏବଂ ଅଧିକାରୀମାନେ ସାମିଲ ଅଛନ୍ତି l କଲମପୁର କାର୍ଯ୍ୟକ୍ରମ ପରେ ସେ ଜୟପାଟଣା , କୋକସରl ଏବଂ ଧର୍ମଗଡ଼ ଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି l