-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଆଜି ଶିକ୍ଷୟତ୍ରୀ ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଦାବି ଓ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀ ପଦବୀରୁ ବରଖାସ୍ତ ପାଇଁ ଆଜି ବାଇକ ରେଲି କରାଯାଇଛି l କଳା ହାଣ୍ଡି ଜିଲ୍ଲାଜୁନାଗଡ଼ ବ୍ଲକ ଠାରୁ ଆରମ୍ଭ କରି କଳମପୁର, ଜୟପାଟଣା ରୁ ବର୍ତମାନ କୋକସରା ରେ ବାଇକ ରେଲି କରିଛି କଂଗ୍ରେସ l ମମିତା ମେହେର ଙ୍କ ନିର୍ମମ, ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସମଗ୍ର ମାନବ ସଭ୍ୟତା ପାଇଁ କଳଙ୍କ ଅଟେ l ରାଜ୍ୟ ସରକାରଙ୍କ ନିର୍ଦେଶରେ କ୍ଷମତାଶିଳ ବ୍ୟକ୍ତି ଙ୍କୁ ଘଣ୍ଟଘୋଡାଇବାର ହୀନ ଉଦ୍ୟମ କରାଯାଉଛି l
ସେଥିପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ 5 ଟି ବ୍ଲକରେ ବାଇକ ରାଲି କରି ଦିବ୍ୟ ଶଙ୍କର ଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପାଇଁ ଚେତାବନୀ ଦେଇଛନ୍ତି l ସାରା ରାଜ୍ୟରେ ମମିତା ମେହେର ନିଆଁ ଜଳୁଥିବା ବେଳେ ଆଜି କଳାହାଣ୍ଡି ରେ ମଧ୍ୟ ବେଶ ପ୍ରଭାବ ଦେଖିବାକୁ ମିଳିଛି l ଆଗ୍ରେସିଭ ମୁଡ଼ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ l ଆସନ୍ତା 8ତାରିଖ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କୁ ବିରୋଧ କରି ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି ଏବଂ ମମିତା ମେହେର ଆତ୍ମା ର ସଦଗତି କାମନା ତଥା ପାପୀ ଓ ପାପ ଅନ୍ତ ପାଇଁ 7ତାରିଖ ସୋମବାର 11ଟା ସମୟରେ ମାତ୍ର ଦୁଇ ମିନିଟ ନିରବ ପ୍ରାର୍ଥନା ପାଇଁ ଉଦବୋଧନ ଦେଇଛନ୍ତି l
ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ୍ ସଭାପତି ରାଜେନ୍ଦ୍ର ନାୟକ , ତ୍ରିଭୁବନ , ମାର୍କଣ୍ଡ ବେମାଲ, ଦିଗାମ୍ବର ଦୁରିଆ ,ବନିତା ଶବର ସହ ବହୁ କଂଗ୍ରେସ କର୍ମୀ ତଥା ଏ ଅଞ୍ଚଳ ଅନେକ ଲୋକ ଯୋଗ ଦାନ କରି ଥିବା ଦେଖିବାକୁ ମିଳି ଥିଲା ll