-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଧାରଣା ରୁ ଏକ ମୃତ ଦେହ ଉଦ୍ଧାର କରାଯାଇଥିବା ଜିଆରପି ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପବିତ୍ର ସାହୁ ନାମକ ଜଣେ ରାଜମିସ୍ତ୍ରୀ ଭାବେ କାମ କରିବାକୁ ବସ ଯୋଗେ ସେ କଣ୍ଟାବାଞ୍ଜି କୁ ଆସିଥିଲେ । ମୃତ ପବିତ୍ର ସାହୁ ଙ୍କ ସହ କାର୍ଯ୍ୟ କରୁଥିବା ଅନ୍ୟ ସହ କର୍ମୀ ଗତକାଲି ନିଜ ଘରୁ ବସ ଯୋଗେ କଣ୍ଟାବାଞ୍ଜି ଆସିଥିବା ପ୍ରକାଶ କରିଛନ୍ତି । ଉକ୍ତ ଶବଟି କୁ ବ୍ୟବଚ୍ଛେଦ କରାଯିବା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ମୃତ୍ୟୁ କିପରି ହୋଇଛି ଓ କେଉଁ କାରଣ ରୁ ତାହା ଜିଆରପି ପୋଲିସ ତରଫରୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।