-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : କିଛିଦିନର ଅନ୍ତରାଳ ପରେ ମହାମାରୀ କରୋନା ଟିଟିଲାଗଡ ସହରରେ ପୁଣି ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇପଡିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ କେତେ ହେବ ସେ ନେଇ ସ୍ୱତନ୍ତ୍ର ପରକ୍ଷା ଆରମ୍ଭ ହୋଇଛି । ଟିଟିଲାଗଡ ଡି ଏ ଭି ମହାବିଦ୍ୟାଳୟ ରେ ଜଣେ ଆକ୍ରାନ୍ତ ହୋଇ ଲକ୍ଷଣ ପ୍ରକାଶ ପାଇବା ପରେ ଆଉ ତିନି ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିଲେ । ବର୍ତ୍ତମାନ ପ୍ରଶାସନ ତରଫରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବଲାଙ୍ଗୀର ଜିଲ୍ଲାପାଳ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟ ବିଷୟ ଏହା ଯେ ଶହଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ମହାବିଦ୍ୟାଳୟ ର ୪ ଜଣ ଅଧ୍ୟାପକ ଓ କର୍ମଚାରୀ ସଂକ୍ରମିତ ହେବାପରେ ତାଙ୍କ ସଂସ୍ପର୍ଶରେ ଆସି ଥିବା ସହକର୍ମୀ ମାନେ ଓ ଉକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷଣ ରେ କେତେ ନୂତନ ଚିନ୍ହଟ ହେବେ ସେ ନେଇ ସାଧାରଣ ଲୋକେ ଚିନ୍ତିତ ଅବସ୍ଥାରେ ଥିବା ଜଣାଯାଇଛି । ପ୍ରଥମେ ୪ ଜଣ ଙ୍କୁ ଆଇସୋଲେସନ ରେ ରଖିବା ବଦଳରେ ତାଙ୍କୁ ସଂଗରୋଧରେ ରହିଥିବାକୁ କୁହାଯାଇଥିଲା । ଏହି ସଂକ୍ରମଣ
କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଲେଜ ପରିସରରେ ଏକ କ୍ୟାମ୍ପ କରାଯାଇ ସମସ୍ତଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ କଲେଜ କତୃପକ୍ଷ ଆସନ୍ତା ୯ ତାରିଖ ପଯ୍ୟନ୍ତ ସମସ୍ତ ପାଠ ପଢା ବ୍ୟବସ୍ଥା ଅନଲାଇନ୍ ମୋଡ ରେ କରାଯିବା ପାଇଁ ନୋଟିସ ଜାରି କରିଛନ୍ତି।ତେବେ ସ୍ଥାନୀୟ ଡି ଏ ଭି କଲେଜ ରେ ମହାମାରୀ ଦସ୍ତକ ଦେବା ସମଗ୍ର ସହର ତଥା ଆଖପାଖ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଚିନ୍ତାଜନକ ସ୍ଥିତି ରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଓ ସତର୍କତାକୁ ସହରବାସୀ ମାନିବାକୁ ବୁଦ୍ଧିଜୀବୀ ମହଲରୁ ନିବେଦନ କରାଯାଇଛି ।