-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ବରଗଡ଼ (ପ୍ରେରଣା ଖବର) ଅଗ୍ରଣୀ ସାମାଜିକ ଅନୁଷ୍ଟାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଲରମ୍ଭା ମହାବିଦ୍ୟାଳୟ ରେ ଚାଲିଥିବା ଯୁବ ରେଡକ୍ରସ କାଯ୍ୟକ୍ରମ ରେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାକ୍ସ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ତଥା ମାକ୍ସ ର ବ୍ୟବହାର ଓ କରୋନା ଉପରେ ସଚେତନ କରିଥିଲେ।କାଯ୍ୟକ୍ରମ ରେ ଅନୁଷ୍ଠାନ ର ସୂଚନା ଲୋକସମ୍ପର୍କ ଅଧିକାରୀ ତଥା ଓଡିଆ ଅଧ୍ୟାପକ ଡଃ ଅଜିତ କୁମାର ନାଥଯୁବ ରେଡକ୍ରସ ର ସହଯୋଗୀ ମାନଙ୍କୁ ବଣ୍ଟନ କରିଥିଲେ।ଆଗାମୀ ଦିନରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଏହି ମହାବିଦ୍ୟାଳୟ ରେ ଏକ ସାନିଟାଇଜର ଓ ମେଗା ମାକ୍ସ ବଣ୍ଟନ ବ୍ୟବସ୍ଥାରେ କରାଯିବା ସହିତ ସଚେତନତା ଶିବିର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।