-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଚଳିତ ବର୍ଷ ମରୁଡି ସ୍ଥିତି ରେ ପାଟଣାଗଡ଼ ଉପଖଣ୍ଡରେ ଲୋକ ଭୋକ ବ୍ୟାକୁଳ ରେ ରାଜ୍ୟ ବାହାରକୁ କାମ କରିବା ପାଇଁ ଗଲେଣି। ଏଭଳି ପରିସ୍ଥିତିରେ କେହି କାହାକୁ ସାହାଯ୍ୟ ସହଯୋଗ କରିବା ତ ଦୂରର କଥା ପଖାଲ ଗଣ୍ଡିଏ ଦେଇ ପାରୁନଥିବା ବେଳେ ଆଜି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ପଞ୍ଚାୟତ ରେ ଅସହାୟ ବ୍ୟକ୍ତିଙ୍କୁ ସେବା ଚାରିଟେବଳ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ଏବଂ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ।ଅନେକ ଦିନରୁ ଅନେକ ଅସହାୟ ବ୍ୟକ୍ତି ସହାୟତା ପାଇଁ ଚାରିଟେବଳ ଟ୍ରଷ୍ଟକୁ ଅନୁରୋଧ କରିଥିଲେ ଆଜି ଟ୍ରଷ୍ଟ ର ଉପସଭାପତି ଶ୍ରୀ ଗିରିଧାରୀ ଭୋଇ ଏବଂ ସେବିକା ରାଜହଂସଙ୍କ ନେତୃତ୍ୱରେ ଏକ ଟିମ ସାଲେପାଲି ଗ୍ରସ୍ତ କରିଥିଲେ ।ସେଠାରେ କିଛି
ଅସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ଏବଂ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ସରକାରୀ ସହାୟତା ପାଉନ ଥିବା ବ୍ୟକ୍ତିମାନେ ସରକାରୀ ସହାୟତା ପାଇବା ପାଇଁ ଚାରିଟେବଳ ଟ୍ରଷ୍ଟ କୁ ଯୋଗାଯୋଗ କରିବା ପାଇଁ ଟ୍ରଷ୍ଟ ର ସଭାପତି ଶ୍ରୀ ସୁନୀଲ କୁମାର ସିଂହ ଅନୁରୋଧ କରିଛନ୍ତି ଭବିଷ୍ୟତରେ ମଧ୍ୟ ଏହିସେବା କାର୍ଯ୍ୟ ଜାରି ରହିବ ବୋଲି ସେବା ଚାରିଟେବୁଲ ଟ୍ରଷ୍ଟ ତରଫରୁ କୁହାଯାଇଅଛି । ଚାରିଟେବୁଲ ଟ୍ରଷ୍ଟର ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ଅନେକ ପ୍ରଶଂସା କରିଛନ୍ତି ।