-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ଖୋର୍ଦ୍ଧା (ପ୍ରେରଣା ଖବର)ପବ୍ଲିକ ରାଇଟ ଆସୋସିଏସନ୍ ତରଫରୁ ପରିବେଶ କୁ ସ୍ବଚ୍ଛ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଆସୋସିଏସନ୍ ର ଉପ ସଭାନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା,ରାଜ୍ୟ ମହିଳା ଶାଖା ସାଧାରଣ ସମ୍ପାଦିକା ପ୍ରଭାତୀ ଓମ୍,ଓ ଖୋର୍ଦ୍ଧା ଜିଲ୍ଲା ମହିଳା ଶାଖା ଉପ ସଭାନେତ୍ରୀ ଗୀତାଞ୍ଜଳି ସାହୁ ଙ୍କ ତତ୍ତ୍ଵାବଧାନରେ ପୁରୁଣା ଭୁବନେଶ୍ୱର ସ୍ଥିତ ଦକ୍ଷିଣ ଚଣ୍ଡୀ ମନ୍ଦିର ପରିସରରେ ୬୦ ନମ୍ବର ୱାର୍ଡ ର ପୂର୍ବତନ କର୍ପୋରେଟର
ଶ୍ରୀଯୁକ୍ତ ରାଜେନ୍ଦ୍ର ସମର୍ଥା ଙ୍କ ଉପସ୍ଥିତି ରେ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଯୁବବିଭାଗର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ କୁନା ତ୍ରିପାଠୀ, ସାମ୍ବାଦିକ ଗଗନ ଭୋଇ,ପ୍ରକୃତି ପ୍ରେମୀ ଦୀନବନ୍ଧୁ ଭୋଇ, ପଶୁପ୍ରେମୀ ପ୍ରଦୀପ ଦାସ ଓ ଶ୍ରଦ୍ଧାଞ୍ଜଳି ଦାସ। କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି , କାର୍ଯ୍ୟକ୍ରମ କୁ ସଫଳିତ କରାଇଥିଲେ ପୁଷ୍ପାଞ୍ଜଳୀ ମହାରଣା, ସସ୍ମିତା ମହାପାତ୍ର,ରିଶୀ କୁମାର,ଶ୍ୱେତପଦ୍ମା ପଟ୍ଟନାୟକ, ଅମିତ୍ରା ସାହୁ, ଶ୍ଵେତଲିନା ପଣ୍ଡା, ସୁବାସିନୀ ମହାନ୍ତି, ମନୋରମା ଦାସ, ମନ୍ମୟ ହୋତା ଏବଂ ସିଲା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l