-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ବଲାଙ୍ଗିର(ପ୍ରେରଣା ଖବର) ବଲାଙ୍ଗିର ଠିକାଦାରପଡା ସ୍ଥିତ ଯାଦବ ଭବନ ଠାରେ ଆଗାମୀ ନଭେମ୍ବର ୧ ରେ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗିର ଦିନ୍ ପାଇଁ ଏକ ଫେନ୍ସି ଡ୍ରେସ ପ୍ରତିଯୋଗିତା ୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଦାୟିତ୍ୱ ତୁଳାଇଥିଲେ ନାରୀଶକ୍ତି ଫାଉଣ୍ଡେସନର ସଂପାଦିକା ନୂତନ ଦାସ ଓ ମଂଚ ପରିଚାଳନା କରିଥିଲେ ସହ-ସଂପାଦିକା ପ୍ରିୟଙ୍କା ତ୍ରିପାଠି ।
ମୁଖ୍ୟ ଅତିଥି ରୂପେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ପ୍ରତିଯୋଗିତାର ବିଚାରକ ଭାବେ ଥିଲେ ଗୋପାଳ ପ୍ରଧାନ, ଶ୍ରାବଣୀ ମେହେର ଏବଂ ଦେବତୋଷ ଦର୍ଜୀ । ବିନୋଦ କାଲସାଏ, ପ୍ରଶାନ୍ତ ମହାକୁର, ଜୟକୃଷ୍ଣମିଶ୍ର ସାହାଯ୍ୟ କରିଥିଲେ । ଏହି ପ୍ରତିଯୋଗିତାରେ ପାଖାପାଖି ୨୫ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ ।