-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) - ମମିତା ମେହେରଙ୍କ ହତ୍ୟାର ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ସେପିପରି ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଅରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ମହାଲିଙ୍ଗି କଲେଜରେ ଚାଲିଥିବା ଯୌନ କେଳେଙ୍ଗାରୀ କାରବାର ଏବଂ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀଙ୍କୁ ପଦରୁ ବହିସ୍କାର ଓ ଗରିଫ ସିହିତ ମମିତା ହତ୍ୟା ଘଟଣାରେ ସି.ବି ଆଇ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଏସ. ପି ଙ୍କ ଅଫିସ ସମ୍ମୁଖରେ ଏହି ଅନ୍ଦୋଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାମତ୍ରା, ଜିଲ୍ଲା ମହିଳା ମୋଚ୍ଚା ସଭାନେତ୍ରୀ ସଂଯୁକ୍ତା ହୋତା , ସୋନପୁର ବିଜେପି ନଗର ସଭାପତି ଜ୍ୟୋତି ତ୍ରିପାଠୀ ଯୁବ ମୋର୍ଚା ସଭାପତି ସନ୍ତୋଷ କୁମାର ଭୋଇ,ରାଜ୍ୟ କାରିଣୀ ସଦସ୍ୟ ଅଶୋକ ପୂଜାରୀ, ରାଜ୍ୟ କାରିଣୀ ସଦସ୍ୟ ରଘୁନାଥ ଜଗଦଲା, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍ ର ଜିଲ୍ଳା ପରିଷଦ ଗାୟତ୍ରୀ ପାଣିଗ୍ରାହୀ, ଜିଲ୍ଳା ପରିଷଦ ଚେୟାରମ୍ୟାନ୍ ଉଷା କୁମାରୀ ଓ କିଶୋର ହୋତା, ସଦାନନ୍ଦ ମେହେର, ଅଶୋକ ପୃଷ୍ଠି ସମେତ ଶତାଧିକ ବିଜେପି କର୍ମୀ ଏହି ଧାରଣାରେ ସମାଲି ହୋଇଛନ୍ତି । ତାଙ୍କର ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଅନ୍ଦୋଳନକୁ ଆହୁରୀ ତିବ୍ରତର କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି କହିଛନ୍ତି । ଆସନ୍ତା କାଲି ସୋନପୁର ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ମଧ୍ୟ ଡାକରା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ।