-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) . ସୋନପୁର ମହାବିଦ୍ୟାଳୟର ନବନିଯୁକ୍ତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଅଧ୍ୟାପକ ଆଶିଷ କୁମାର ଅଗ୍ରୱାଲ ଗତ ତା.୨୬/୬/୨୧ ରୁ ତା.୨୩/୧୦/୨୧ ପର୍ଯ୍ୟନ୍ତ ଦୀର୍ଘ ୯୦ ଦିନ ଧରି ଏନ୍ ସି ସି ଅଫିସର୍ସ ଟ୍ରେନିଂ ଏକାଡେମୀ କମଟି (ମହାରାଷ୍ଟ୍ର )ରୁ ତାଲିମ ପାଇ ସଫଳତାର ସହ ଲେଫ୍ଟନାଣ୍ଟ ପଦବୀ ଲାଭ
କରି ସୋନପୁର ମହାବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି l ତାଙ୍କର ଏହି ସଫଳତାରେ ସୋନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ସମେତ ସହରର ବୁଦ୍ଧିଜୀବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l