-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ରାସ୍ତାର କାମକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରି ନିମ୍ନ ମାନର କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ l ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଆଗଲପୁର ବ୍ଲକର ଡୁଡୁକା ପଞ୍ଚାୟତର କେସେଇପାଲ୍ଲୀ ଗାଁରେ l ଆଗଲପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ କେଶେଇପାଲି ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଅଛି l ହେଲେ ଉକ୍ତ କାମଟିକୁ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି l ଆପଣମାନେ ଦେଖି ପାରିବେ ଯେ କିପରି ପିଚୁ ସବୁ ଖଣ୍ଡ ଖଣ୍ଡ ହୋଇ ଵାହାରି ପଡୁଛି ଏବଂ ଯେତିକି ପରିମାଣରେ ପିଚୁ ଢଲେଇ ହେବାକଥା ସେତିକି ପରିମାଣରେ ହୋଇନାହିଁ l ଏ ବିଷୟକୁ ନେଇ ଠିକାଦାରକୁ ଯୋଗାଯୋଗ କରାଗଲା ହେଲେ ସେ କାମ ଠିକ୍ ଭାବରେ ଚାଲିଛି ବୋଲି ପ୍ରକାଶ କରିଥିଲେ l ଏ ବିଷୟରେ ଆରଡି ଜେଇ ଓ ଏସଡିଓଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ହେଲେ ସେମାନେ ଆସୁଛୁ କହି କାମ ହେଉଥିବା ଜାଗାକୁ ଆସିନଥିଲେ l ଖୋଦ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଲାଗି କାମ ହେଉଥିଲେ ସୁଦ୍ଧା କାହାରି ନଜର ପଡ଼ୁନାହିଁ l ରାସ୍ତା କାମ କିଭଳି ଠିକ ଭାବରେ ହୋଇପାରିବ ସେନେଇ ଗ୍ରାମବାସୀ ଦାବି କରିଛନ୍ତି l ଦେଖାଯାଉ ପ୍ରଶାସନ କଣ ପଦକ୍ଷେପ ନେଉଛି l