-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ବଲାଙ୍ଗୀର/ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ନିକଟସ୍ଥ ସକମା ଠାରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରେ ଜନୈକ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ମୃତା ଛାତ୍ରୀଙ୍କ ନାମ ଆଶା ମେହେର l ସେ ଯୁକ୍ତ ୨ ବିଜ୍ଞାନ ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ l ତାଙ୍କ ଘର ବରଗଡ଼ ଜିଲ୍ଲା ଅନ୍ତର୍ଗତ ବୁଡେନ ଗ୍ରାମରେ l ଖବର ଜାଣିବାକୁ ମିଳିଛି ଯେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲରେ ଝୁଲି ରହିଥିବା ଜଣାଯାଇଛି l ମୃତା ଛାତ୍ରୀଙ୍କ ଅଭିଭାବକ ପହଂଚିବା ପରେ ତାଙ୍କ ଉପସ୍ଥିତିରେ ଗତ ରାତିରେ ଶବ ଉଦ୍ଧାର କରାଯାଇଛି ବୋଲି ଲୋଇସିଂହା ଥାନା ଆଇଆଇସି ରମାକାନ୍ତ ଜେନା ପ୍ରକାଶ କରିଛନ୍ତି l