-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଗତକାଲିି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍ୱଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରକାଶ ଯେ ମହାମାରୀ କରୋନା ପାଇଁ ଦିର୍ଘ ଦିନ ହେବ ସ୍କୁଲ ଗୁଡିକ ବନ୍ଦ ରହିଥିଲା । ଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଂଚିତ ହୋଇଥିଲେ । ଆଜି ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଢ ପଢିବା ପାଇଁ ସ୍କୁଲକୁ ଅନୁମତି ଦେଇଛନ୍ତି । ଏହି କ୍ରମରେ ଆଜି ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ଅଷ୍ଟ ଶ୍ରେଣି ଛାତ୍ରଛାତ୍ରୀ ମାନେ ଆସିବା ପରେ ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବଶରରେ ବିଦ୍ୟାଳୟରେ ଏକ
ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ପଧାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ କର୍ତବ୍ୟ ପରାୟଣ ହୋଇ ନିଜେ ସ୍ୱଚ୍ଛ ରହିବା ସହ ବିଦ୍ୟାଳୟ ପରିଶରକୁ କିପରି ପରିସ୍କାର ପରିଚ୍ଛନ୍ନ ରଖିବା ସେଥି ପ୍ରତି ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜନ୍ମେଜୟ ବିଶି ଉପସ୍ଥିତ ରହିଥିଲେ । ଶିକ୍ଷକ ମୁକୁନ୍ଦ ଧରୁଆ ସଭା ପରିଚାଲନା କରିଥିବା ବେଳେ ଶିକ୍ଷୟତ୍ରୀ ସାଗରିକା ବାଗ ସ୍ୱାଗତ ଭାଷଣ ଦେଇଥିଲେ । ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଦେଇଥିଲେ ।