-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବରଗଡ/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ବରଗଡ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ସ୍ଵଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଚତୁର୍ଥ ଓଡିଶା ନାଭାଲ ଏନ. ସି. ସି ଭବାନୀପାଟଣା ଦ୍ବାରା ଆୟୋଜିତ କାର୍ଯ୍ଯକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ଭୋଇ, ସିଟିଓ ସରୋଜ କୁମାର ନାୟକ, ଅଧ୍ୟାପିକା ଲକ୍ଷ୍ମୀ ମଲ୍ଲିକ, ଅଧ୍ୟାପକ କିଶୋର ଚନ୍ଦ୍ର ହୋତା, ପ୍ରଦୀପ କୁମାର
ପଣ୍ଡା, ମନୋରଞ୍ଜନ ତ୍ରିପାଠୀ, ଡକ୍ଟର ଶାନ୍ତିଲତା ବାରିକ, ସଂଘମିତ୍ରା ମହାକୁର, ରଞ୍ଜିତ ପ୍ରଧାନ, ପାୟଲ ସାହୁ, ଅବିନାଶ ସାହୁ, ମୁଖ୍ୟ କିରାଣୀ ପ୍ରମୋଦ ଚନ୍ଦ୍ର ସେଠ ଯୋଗ ଦେଇଥିଲେ। ଏହି ସମୟରେ ବକ୍ତା ମାନେ ମହାବିଦ୍ୟାଳୟ
ପରିସରରେ ପ୍ଲାଷ୍ଟିକମୁକ୍ତ ସହ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ୨୨ଜଣ ନାଭାଲ କେଡେଟ ଯୋଗ ଦେଇ ନିଜ ନିଜ ମତ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପକ ପବିତ୍ର କୁମାର ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।