-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ସହର ରେ ଦୀର୍ଘ ଦିନ ରୁ ଲଗାତାର ଭାବେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି l ସହର ର ମୁଖ୍ୟ ରାସ୍ତା ରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣ ଙ୍କୁ ସଚେତନ କରାଇଲେ ଓ ଶୋଭାଯାତ୍ରା ରେ ସାମିଲ ହୋଇ ଦୁର୍ଘଟଣା ମୁକ୍ତ ସହର, ଜ଼ିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ଦେଲେ ପ୍ରଶାସନିକ ଅଧିକାରୀ ଏଡିଏମ ଓ ଉପ ଜ଼ିଲ୍ଲାପାଳ ସ୍ବେଛାସେବୀ l ଏବଂ ରାସ୍ତା କୁ ଗାଈ ଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟ ଙ୍କୁ ସୁରକ୍ଷିତ ରଖିବାକୁ,
ସଚେତନ ହେବା ଦୁର୍ଘଟଣା କୁ ଏଡାଇବା , ଓ ପ୍ରଶାସନ କୁ ସାଥ ଦେବା ଦୁର୍ଘଟଣା ଏଡାଇ ଜ଼ିଲ୍ଲା ର ସୁନାମ ଅର୍ଜୀବା ବୋଲି ମାଇକ ଯୋଗେ ଲୋକଙ୍କୁ ପରାମର୍ଶ କରିଥିଲେ l ଆଜି ର ଏ ଅଭିଯାନ ରେ ସୁବର୍ଣ୍ଣପୁର ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜ଼ିଲ୍ଲାପାଳ, ନିହାର ରଞ୍ଜନ କଅଁର,ତହସିଲଦାର ନବୀନ କିଶୋର ପାଢ଼ୀ, ପୌର ଅଧିକାରୀ ସୁବ୍ରାଂଶୁ ରୁଟ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଅତିରିକ୍ତ ଆରଟିଓ ଶିବାଶିଷ ସାହୁ, ଜୁନିଅର ଏମ ଭି ଆଇ ଲୋକନାଥ ନାଏକ, ପୌର ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ,ଅଭିମନ୍ୟୁ କୁଶଳ, ଲଡ଼ୁକିଶୋର ମଲ୍ଲିକ, , ସ୍ୱଚ୍ଛ ଭାରତ ଉପଦେଷ୍ଟା ବିନୋଦ ମେହେର, ପ୍ରଦୀପ ପୁରୋହିତ, ପ୍ରଫୁଲ୍ଲ ନାଏକ, l ରକ୍ତ ଡାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡା, ବୁଢା ରାଜା ୟୁଥ କ୍ଲବ ର ପିଣ୍ଟୁ, ଚିତ୍ତରଞ୍ଜନ ଭୋଇ, ଓ ଅନ୍ୟ କର୍ମକର୍ତା, ରାମଧୁନକ୍ଲବ, ଆର ଏସ ଏସ, ବଜରଙ୍ଗ ଦଳ ,, ଓ ପୋଲିସ ବିଭାଗ ଅଧିକାରୀ ପ୍ରମୁଖ ସକ୍ରିୟ ସାମିଲ ଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ତତ୍ୱାବଧାନ ଓ ପରାମର୍ଶ କ୍ରମେ ଉପ ଜ଼ିଲ୍ଲାପାଳ ଓ ପୌର ଅଧିକାରୀ ଙ୍କ ସହଯୋଗ ରେ ଦୀର୍ଘ ଦିନ ରୁ ଏ ଅଭିନଵ ଅଭିଯାନ ଚାଲୁ ରହିଛି l ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱ ରେ ପୋଲିସ ଓ ପୌର ପ୍ରଶାସନ ଓ ସହର ର ପ୍ରମୁଖ ସ୍ବେଛାସେବୀ ସଂଗଠନ ର ସହଯୋଗ ରେ ଆଜି ସୁବର୍ଣ୍ଣପୁର ସହର ର ରଥ ଖଳା ଛକ ରୁ , ମଝି ପଡ଼ା ,ବିଜୁ
ପଟ୍ଟନାୟକ ଛକ , ଗୁଣ୍ଡିଚା ମନ୍ଦିର ଯାଏ ଦୁର୍ଘଟଣା ମୁକ୍ତ ସହର ଗଢିବା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗାଈ ଗୋରୁ ଙ୍କୁ ରାସ୍ତା ରେ ନ ଛାଡିବାକୁ , ଦୁର୍ଘଟଣା କୁ ରୋକିବା ସହିତ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ଉଦ୍ୟମ କୁ ""ଗୋ ଶ୍ରଦ୍ଧା" ଓ ସଡ଼କ ସୁରକ୍ଷା ଅଭିଯାନ କୁ ସଫଳ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ l ଆଞ୍ଚଳିକ ପରିବହନ ବିଭାଗ ର ରବୀନ୍ଦ୍ର ଦଳାଇ, ସରିତା ଲାକ୍ରା,ଲଷ୍ମୀ ମଲ୍ଲିକ,ରତ୍ନା କର ଭେସ୍ରା, ଓ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା, ଗଣ ମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ଯୋଗଦାନ କରିବା ସହ ଏ ଅଭିଯାନ କୁ ସଫଳ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l