-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
କଣ୍ଟାବାଞ୍ଜି,(ଆନନ୍ଦ ମୋଟେ) ମମିତାମେହର ହତ୍ୟା ମାମଲା ଦିନକୁ ଦିନ ବଢିବାକୁ ଲାଗୁଛି ନେତା ଓ ରାଜନୀତି ଦଳ ର ଝରଣୀ ଗାଁ କୁ ସୁଅ ଛୁଟୁଛି ଆଜି ବିଜେପି ପ୍ରତିନିଧି ଦଳ ମାନେ ଗସ୍ତ କରି ଫେରିଥିବା ବେଳେ ଆସନ୍ତା ୨୮ ତାରିଖ ଦିନ କଂଗ୍ରେସ ଦଳର ଏକ ପ୍ରତିନିଧି ମଣ୍ଡଳ ମମିତା ମେହେର ଙ୍କ ଗାଁ କୁ ଯାଇ ପରିବାର ବର୍ଗକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଏହି ପ୍ରତିନିଧି ମଣ୍ଡଳ ରେ କଂଗ୍ରେସ ର ସର୍ବଭାତୀୟ ମହାସଚିବ ରଣଦୀପ ସୁରେଜେୱାଲ, ଓଡ଼ିଶା ପ୍ରଭାରୀ ଚେଲା କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଧୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ରହିବେ ଏହି ଦଳ ସ୍ଥାନୀୟ କଣ୍ଟାବାଞ୍ଜି ରେଲୱେ ଫୁଟବଲ ଖେଲ ପଡ଼ିଆ ରେ ହେଲିକପ୍ଟର ଯୋଗେ ପହଞ୍ଚିବେ ଏଵଂ ଗାଡି ଯୋଗେ ଝରଣୀ ଗାଁ କୁ ଯିବା କାର୍ଯ୍ୟକ୍ରମ ରହିଥିବା ସୁଚନା ମିଳିଛି।