-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ଵରଗଡ଼/ପଦ୍ମପୁର:- ବିଭିନ୍ନ ଚିଟଫଣ୍ଡ ସଂସ୍ଥାରେ ଲୋକେ କେତେ କଷ୍ଟରେ ଜମାରାଶି ଦାଖଲ କରି ସର୍ବସ୍ବ ହରାଇଥିଵା ଶହ ଶହ ଜମାକାରୀ ଆଜି ସମତା ଭବନଠାରେ ସମବେତ ହୋଇ ସରକାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତହସିଲ ଦ୍ଵାରା ଜମାକାରୀ ଚିହ୍ନଟ, ପ୍ରତ୍ଯେକ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ଜିଲ୍ଲା ଵ୍ଯପୀ ପ୍ରତ୍ୟକ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ଯାଗ୍ରହ ପାଇଁ ସଂକଳ୍ପ ନେଇଛନ୍ତି।ଆସନ୍ତା ୧୦ନଭେମ୍ଵର ପଦ୍ମପୁର ତହସିଲ ସ୍ତରରେ ଏଵଂ ୧୧ନଭେମ୍ଵର ବରଗଡ଼ ତହସିଲ ସ୍ତରରେ ଜମାକାରୀ ଗଣ ସତ୍ଯାଗ୍ରହ ନିଷ୍ପତ୍ତି ହୋଇଅଛି।
ଏହି ବୈଠକରେ ଜିଲ୍ଲାର ୧୨ଟି ତହସିଲରୁ ଶତାଧିକ ଜମାକାରୀ ଉପସ୍ଥିତ ଥିଵାଵେଳେ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ଯ ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୁଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ସୁଧାଂଶୁ ବେହେରା, ବରିଷ୍ଠ କୃଷକ ନେତା ଲିଙ୍ଗରାଜ ପ୍ରଧାନ, ରମେଶ ମହାପାତ୍ର, ଝାରସୁଗୁଡାର ଯୁବନେତା ଜୀବନ ସାର୍ଥକ ଦାସ,ଗୌରୀ ଶଙ୍କର ସାହୁ, ସୁଶାନ୍ତ ମହାପାତ୍ର, ସୁଶାନ୍ତ ଆଚାର୍ଯ୍ଯ, ଗୋବର୍ଦ୍ଧନ ମାଝୀ, ସୋମେଶ ପଟେଲ, ଜଗନ୍ନାଥ ଷଡ଼ଙ୍ଗୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।