-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଲାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଉଡୋଲା ଗ୍ରାମପଞ୍ଚାୟତ ବାଞିବାହାଳ ଗ୍ରାମ ଠାରେ ମଙ୍ଗଳବାର ପାନ ଇଣ୍ଡିଆ ଆୱାରନେସ ମାଧ୍ୟମରେ କୋକସରା ତାଳୁକ ଆଇନ ସେବାସମିତି ପକ୍ଷରୁ
ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋକସରା ତାଳୁକ ଆଇନ ସେବାସମିତି ପି,ଏଲ୍,ଭି, ଚକ୍ରଧର ବେଶ୍ରା ଯୋଗଦେଇ ଲୋକେ କିଭଳି ଭାବରେ ଆଇନର ସହାୟତା ସହଜରେ ପାଇପାରିବେ ସେଥିପ୍ରତି ବିଶେଷ ଭାବରେ ବୁଝାଇ ଥିଲେ
ଏବଂ ବାଳ୍ୟ ବିବାହ ଦ୍ୱାରା କଣ ସବୁ ଅସୁବିଧା ହୁଏ , ବାଳ୍ୟ ବିବାହ ରୋକିବା ପାଇଁ ଆମକୁ ସଚେତନତା ର ଆବଶ୍ୟକତା ଅଛି , ରାସ୍ତାରେ ଗାଡ଼ି ଚଲେଇଲାବେଳେ କୌଣଷି
ମାଦକ ଦ୍ରବ୍ୟ ପାନ ନକରିବା ସହ ସିଟ୍ ବେଲ୍ଟ ଓ ହେଲମେଟ ଆଦି ବ୍ୟବହାର କରିବା ସଂଗେ ଦୃତଗତିରେ ଗାଡି ନଚଳାଇ ଟ୍ରାଫିକ ନିୟମ ମାନିଚାଳିବା ନିଜ ଜୀବନ ନିଜେ ସୁରକ୍ଷିତ ରଖିବା ବୋଲି ଜନସାଧାରଣ ଙ୍କୁ ଶ୍ରୀ ବେଶ୍ରା ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ସଚେତନତା କରିଥିଲେ ।ଏହି କାର୍ଯ୍ୟକ୍ରମ ଅକ୍ଟୋବର ଦୁଇ ତାରିଖରୁ ନଭେମ୍ବର ୧୪ତାରିଖ ପର୍ଯ୍ୟନ୍ତ ଚାଲି ରହିଥିବା ଜଣାପଡିଛି।ଆଗରୁ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମକୋକସରା ,ଆମପାଣି , ଲଡୁଗାଁ ,ଡୁଡୁକା ଠେଙ୍ଗା, କାଉଡୋଲା, ଭଳି ଅନେକ ପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ବାଞିବାହାଳ ୱ।ର୍ଡ ସଭ୍ୟା ଧନମତି ନାଏକ , ସୋଭାଶିନି ପ୍ରଧାନୀ , କୁମୁଦିନି ମାଝି ,ବିମଲାମାଝି , ରୁକ୍ମଣି ମାଝି ,ପଦ୍ମାବିଶି , ରଜନୀ ମାଝି ,ଜୟମଣି ମାଝି ,କୁନ୍ତଳା ମାଝି , ଚିତ୍ରସେନ ମାଝି , ଜୟସେନ ମାଝି ,ପଦ୍ମନ ମାଝି ,ଦୁର୍ବଳ ମାଝି ,କେଦାର ନାଏକ ,ଜୟସିଂ ମାଝି ,ଇଶ୍ୱର ନାଏକ ,ଚନ୍ଦ୍ର ଧ୍ୱଜ ରାଉତ ,ସୁଧିର ନାଏକ ,ଅର୍ଜୁନ ସତନାମି , ଲିଙ୍ଗରାଜ ସତନାମି , ଶୁରେଶ ବେଶ୍ରା , ଶୁଶିଲ ସତନାମି , ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।