-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ରେଢ଼ାଖୋଲ ସହର , ଚାରମାଳ ବସଷ୍ଟାଣ୍ଡ ଓ ନାକଟିଦେଉଳ ମନ୍ଦିର ଛକରେ ଆଜି ଶିକ୍ଷୟତ୍ରୀ ମମିତା ଙ୍କୁ ନ୍ୟାୟ ଦାବୀରେ ହତ୍ୟା ଘଟଣା ର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବୀ, ମମିତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଓ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ ଦାବୀ ନେଇ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ନେଇ ରେଢ଼ାଖୋଲ ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ଏଥିରେ ରେଢ଼ାଖୋଲ ସହର ର ସରକାରୀ ବେସରକାରୀ କାର୍ଯ୍ୟାଳୟ , କୋଟ୍ କଚେରୀ ସ୍କୁଲ କଲେଜ, ଦୋକାନ ବଜାର, ଯାନ ବାହାନ ଚଳାଚଳ ବନ୍ଦଥିଲା । ଏଥିରେ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ପୂର୍ବ ବିଧାୟକ ପାର୍ଥୀ ପ୍ରତାପ ପ୍ରଧାନ , ବରିଷ୍ଠ ବିଜେପି ନେତା ଗୋବିନ୍ଦ
ଅଗ୍ରୱାଲ , ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ , ସାଂସଦ ପ୍ରତିନିଧି ଶିବରାମ ସାହୁ , ପୂର୍ବ ନଗର ଅଧ୍ୟକ୍ଷା ସୁଷମା ମୁଣ୍ଡା , ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଅନିଲ ପୃଷ୍ଟି , ନଗର ସଭାପତି ରାମାନୁଜ ମହାପାତ୍ର , ଉପସଭାପତି ଝିଲି ବହିଦାର , ସାଧାରଣ ସମ୍ପାଦକ ରାଜେନ୍ଦ୍ର ବୈଠାରୁ , ସଂପାଦକ ଦିଲିପ ଲାଉରିଆ , ମହିଳା ମୋର୍ଚ୍ଚା ସଭାପତି ମଞୁସା ପ୍ରଧାନ , କଳ୍ପନା ନାଏକ , ଯୁବମୋର୍ଚ୍ଚା ସଭାପତି ଅମର ସିଂ, ପାରସ ଭଞ , ଦିଲିପ ପ୍ରଧାନ , ହିମାଂଶୁ ନାଗ , ଲଲିତ ଷଣ୍ଢ , ନାକଟିଦେଉଳ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସାହୁ , ସମିତି ସଭ୍ୟ ବିଦେଶୀ ସାହୁ , ଚାରମାଳ ମଣ୍ଡଳ ସଭାପତି ଟୁନା ବାଘ , ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚେରେଙ୍ଗା ଦେହୁରୀ , ଯୁବମୋର୍ଚ୍ଚା ସଭାପତି ଲିପନ କର୍ମୀଙ୍କ ସମେତ ଅନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ ।