-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ମମିତା ମେହର ଙ୍କୁ ହତ୍ଯା ପ୍ରତିବାଦ ରେ ବୀରମହାରାଜାପୁର ମେହର (ଭୁଲିଆ)ସମାଜ
ପକ୍ଷରୁ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଭାରତୀୟ ଜନତା ପାର୍ଟି ର ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ ଙ୍କ ନେତୃତ୍ଵରେ ମଙ୍ଗଳବାର ନିକଟସ୍ଥ ଜଗନ୍ନାଥ ମନ୍ଦିର ଠାରୁ ଶତାଧିକ ମେହର ସମାଜ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ଏକ ଶୋଭାଯାତ୍ରା ବାହାରି ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କୁ ଏକ ସାତ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭ୍ଯ ଗାୟତ୍ରୀ ପାଣିଗ୍ରାହୀ, କୃଷ୍ଣ ମେହେର, ସୋମିତ୍ରୀ ମେହେର, ଶତୃଘନ ମେହର, ଧର୍ମେନ୍ଦ୍ର ମେହର, କର୍ଣ୍ଣରାଜ ପଧାନ, ଙ୍କ ସହ ଅନ୍ଯାନ୍ଯ ମାନେ ସାମିଲ ଥିଲେ ।