-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ପାଟଣାଗଡ଼,(ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଏଁଲାଭଟା ଠାରେ ବ୍ଳକ ସ୍ତରୀୟ କଲା ଓ କଲାକାର ସମାରୋହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ବ୍ଳକ ର ସମସ୍ତ କଲାକାର ଯୋଗଦେଇ ନିଜ ନିଜର କଲାପଦର୍ଶନ କରିବା ସହ ନଗର ପରିକ୍ରମା କରୁଥିବା ଜଣାପଡିଛି। ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତି ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟ କୁ ଆଗେଇ ନେଇଛନ୍ତି। ସମ୍ମାନୀତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ରୁକ୍ମଣ ସୁନା,ନୁନହାଡ ସମିତି ସଭ୍ୟ ପୁରୁନ୍ଦର ବାଗ,ଭରୁଆପାଲି ସରପଞ୍ଚ ପଦ୍ମାବତୀ ବାଗ,ସରମୁହାଣ ।
ସରପଞ୍ଚ ଦିଲିପ୍ ମାଝୀ ଯୋଗ ଦେଇ କାର୍ଯ୍ୟ କୁ ଉତ୍ସାହିତ କରୁଥିଲେ।ସମୟ ୮ ଘଣ୍ଟା ରେ ଜଗନ୍ନାଥ ମନ୍ଦିର ପୂଜା ଆରମ୍ଭ କରିଥିଲେ।୯ଟା ରେ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା।୧୦ ଟାରେ ସମୟରେ ମୁଖ୍ୟ ଅତିଥି ବୃନ୍ଦ କୁ ସ୍ଵାଗତ ୧୦:୧୫ ସମୟରେ ଅତିଥି ବୃନ୍ଦ ଦ୍ବାରା ଇଷ୍ଟଦେବୀ ପୂଜନ।୧୦:୩୦ ଅତିଥି ମାନଙ୍କୁ ଉପଣୌକ ଓ ପୁଷ୍ପମାଲ୍ୟ ଅର୍ପଣ। ସକାଳ ୧୧:୦୦ ସମୟରେ ପରିଚୟ ପ୍ରଦାନ ଓ ଅଭିଭାଷଣ।ପରେ ସମସ୍ତ କଲାକାର ନିଜ ନିଜ କଲା ପରିଦର୍ଶନ କରି ମାନପତ୍ର ଦାଖଲ କରିଛନ୍ତି। ଏହି କାର୍ଯ୍ୟ କମିଟିରେ କଲାକାର ସଂଘର ବ୍ଳକ ସଭାପତି ନରେନ୍ଦ୍ର ମେହେର, ବ୍ଳକ ସମ୍ପାଦକ ହଜାରୀ ଥିବାବେଳେ ଜବାହରଲାଲ ସାହୁ ମଞ୍ଚ ପରିଚାଳନା କରୁଥିଲେ। ଏହି କାର୍ଯ୍ୟ କୁ ଉତ୍ସାହିତ କରିବା ପାଇଁ କଲାକାର ସଂଘର ଜିଲ୍ଲା ସମ୍ପାଦକ ରସରାଜ ବୁଡେକ ଯୋଗଦାନ କରିଥିଲେ। ପଶ୍ଚିମ ଓଡ଼ିଶା ସଭାପତି ଅମିଲ
ପୁଟେଲ ମୁଖ୍ୟବକ୍ତା ରୂପେ ଅଂଶ ଗ୍ରହଣ କରିଥିଲେ। ଗ୍ରାମ୍ୟ କମିଟିର ସଦସ୍ୟ ମାନେ ସହଯୋଗ କରିଛନ୍ତି ଏବଂ ବେଲପଡା ଅଞ୍ଚଳ ର ସମସ୍ତ କଲାକାର ମାନଙ୍କୁ ଉତ୍ସାହିତ କରି କାର୍ଯ୍ୟକୁ ରୋମାଞ୍ଚକର କରିଥିବା ଜଣାପଡିଛି