-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ଢେଙ୍କାନାଳ (ତାପସ ଦାସ): ଗତ ୨୨ ଓ ୨୩ ତାରିଖ ଦୁଇଦିନ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଆଇନ୍ ସେବା ପ୍ରାଧିକାରଣ , କଟକ ରୁ ଆସିଥିବା ଭ୍ରାମ୍ୟମାଣ ଆଇନ୍ ସଚେତନତା ଗାଡି ଦ୍ବାରା ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକାରଣ , ଢେଙ୍କାନାଳ ଶ୍ରୀ ସୁକାନ୍ତ କିଶୋର ଜେନା ଙ୍କ ତତ୍ତ୍ଵାବଧାନରେ ଗଁଦିଆ ବ୍ଳକ ଓ ସଦର ବ୍ଳକ ର ସମସ୍ତ ଗାଁ ରୁ ଗାଁ ବୁଲି ଆଇନ ସଚେତନତା କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ଜିଲ୍ଲା ଓ ରାଜ୍ୟ ଆଇନ୍ ସେବା ପ୍ରାଧିକାରଣ କର୍ଯ୍ୟକାରିତା ଓ ଜନ ଉପଯୋଗି ଯଥା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲୋକ ମାନଙ୍କ ପାଇଁ ଆଇନ୍ ସହାୟତା , ଭାରତୀୟ ଦଣ୍ଡ ବିଧି ଆଇନ୍ , ପୀଡିତା କ୍ଷତିପରଣ ଯୋଜନା , ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା , ସଙ୍ଗଠିତ ଶ୍ରମିକ / ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଯୋଜନା ଏବଂ ଯଦି କୌଣସି ସମୟରେ କାହାର ଅଧିକାର କ୍ଷୁନ୍ମହେଉଥାଏ ସେକିଭଳି ଭାବରେ ଆଇନଗତ ସହାୟତା ପାଇପାରିବ ସେ ବିଷୟରେ ବିଷଦ ଭାବରେ ବୁଝାଯାଇଥିଲା ।