-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ବୀରମହାରାଜପୁର (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ସ୍ପୋର୍ଟିଂ କ୍ଲବ ସଭାପତି ପର୍ଶୁରାମ ଦେହୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଜାତୀୟ ସ୍ତରୀୟ ଦଳକୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ସ୍ଥିରୀକୃତ କରାଯାଇଥିଲା । ଏଥିରେ ସଂଘର ସମ୍ପାଦକ ସତ୍ଯନାରାୟଣ ମହାକୁର, କୋଷାଧ୍ୟକ୍ଷ ଅଜିତ କୁମାର ନାଏକ, ଉପଦେଷ୍ଟା ଅଭିମନ୍ୟୁ ବଗର୍ତ୍ତୀ, ଅଶ୍ବିନୀ କୁମାର ବାଦୀ,ପ୍ରାଣବନ୍ଧୁ କାଣ୍ଡ, ଉପସଭାପତି ସିଦ୍ଧାର୍ଥ ପାତ୍ର, ବରିଷ୍ଠ ସଭ୍ୟ ଚନ୍ଦ୍ରମଣି ବଗର୍ତ୍ତୀ ,ଚିତ୍ତରଞ୍ଜନ ଜଗଦଲା, ଅଇଁଠୁ ନାଏକ, ଶଲେସ ରଞ୍ଜନ ସାହୁ,ସତ୍ଯବାନ ସାହୁ ଓ କାର୍ତ୍ତିକ ମହାକୁର ଙ୍କ ସମେତ ସଂଘର ଅନ୍ଯାନ୍ଯ ମାନେ ଉପସ୍ଥିତ ଥିଲେ ।