-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ ପାଣି ଠାରେପ୍ରତିବର୍ଷ ଧୁମ୍ ଧାମରେ ପାଳନ କରାଯାଏ ବୁଢା ରାଜା ଙ୍କ ବାର୍ଷିକ ଦଶହରା ପର୍ବ, ହେଲେ ଏଥିରେ ବି ଦାଉ ସାଜିଲା କରୋନା ମହାମାରୀ l
ଏ ବର୍ଷ ମଧ୍ୟ ଶ୍ରୀଶ୍ରୀ ବୁଢ଼ାରଜା ଠାକୁର ଙ୍କ ଦଶହରା ଉତ୍ସବ ପାଳନ ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l
କରୋନା ମହାମାରୀ ଯୋଗୁ ପ୍ରଶାସନ ତରଫରୁ ଏହି ପଦ କ୍ଷେପ ନେଇ ଆମ ପାଣି ଗ୍ରାମ ଓ ମନ୍ଦିର ପରି ସରରେ ୧୪୪ ଧାର ଯାରିକରlଜାଇ ମନ୍ଦିରରେ ପୂଜା ବିଧି ବିନାଭକ୍ତରେ ପୂଜକ ମାନେ ପୂଜା କରି ଥିଲେ l
ଏଠାରେ ବୁଢ଼ାରଜା ପୂଜା କମିଟି ସଭାପତି ଋତୁରାଜ ମାଝୀ,ଉପ ସଭାପତି ତ୍ରିନାଥ ପ୍ରଶ୍ନନ ରାୟ, ଆମପାଣି ସରପଞ୍ଚ ଟିକିଚନ ଧ- ମାଝି, ଗଙ୍ଗାଧର ନାୟକ ବ୍ୟକ୍ତି ପୂଜାରେ ସାମିଲ ହୋଇ ସାହାଯ୍ୟ ସହଯୋଗ କରିଥିଲେ
ସମସ୍ତ ବିଧି ବିଧାନ ଅନୁସାରେ କୋଭି ଡ -୧୯ ନିୟମକୁ ମାନି ବିଧି ବିଧାନ ଅନୁସାରେ ପୁଜା କାଯ୍ୟ ସମାପନ ହୋଇ ଥିଲା l
ଏ ଠାରେ ନବରଙ୍ଗପୁର ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶ ଗଡ଼ ହୋଇଥିବାରୁ ଏଠାରେ ଭକ୍ତ ମlନେ ଯାତ୍ରା ଦେଖିବା ପାଇଁ ବହୁ ସମାଗମ ହୋଇଥାଏ l ଏଠାରେ ନାଟକ,ଘୁମୁରା, ମିନ୍ନା ବଜାରରେ ଭକ୍ତମାନେ ବେଶ୍ ଯାତ୍ରା ଦେଖି ଆନନ୍ଦ ନେଇ ଥାଆନ୍ତି କିନ୍ତୁ ଏଥର ମଧ୍ୟ ଦାଉ ସାଜିଲା କରୋନା ମହାମାରୀ ତେଣୁ ଏହି ଯାତ୍ରା ପାଇଁ ଭକ୍ତ ମାନେ ଦୁଃଖ ଅନୁଭବ କରି ଥିଲେ l