-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
କଳାହାଣ୍ଡି: ନର୍ଲା (ସଞ୍ଜିବ ଦାସ) କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ଉତ୍କଳ ପଶ୍ଚିମ ପ୍ରାନ୍ତର ବାର୍ଷିକ ସାଧାରଣ ସଭା କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଆରମ୍ଭ ହୋଇଛି। ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଅଧ୍ୟକ୍ଷ ତଥା ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ପୂର୍ବ ପ୍ରାନ୍ତ ସଂସ୍କାର ଭାରତୀ ସଭାପତି ଶାନ୍ତନୁ କୁମାର ରଥ, ମାର୍ଗ ଦର୍ଶକ ବାଞ୍ଛାନିଧି ପଟ୍ଟନାୟକ, ପଶ୍ଚିମ ପ୍ରାନ୍ତ ସାଧାରଣ ସମ୍ପାଦକ ହରେକୃଷ୍ଣ ଭୋଇ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ଉତ୍କଳ ପଶ୍ଚିମ ପ୍ରାନ୍ତର ସେବା ପ୍ରମୁଖ ଦୀପକ ରାଉତ ଯୋଗଦାନ କରି ସଂଗଠନର ଆଗାମୀ ରୂପରେଖ, ଚିନ୍ତାଧାରା ଓ ସଂଗଠନର ଚୟନ ଉପରେ ମାର୍ଗଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଂସ୍କାର ଭାରତୀ କର୍ମକର୍ତ୍ତା ସହ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା ଓ ବୈ।ଦ୍ଧ ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ପ୍ରଥମ ଦିବସର ସଂଧ୍ୟା ଅଧିବେଶନରେ ସଂସ୍କାର ଭାରତୀ କଳାକାରଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।