-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) : ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଗଠନ ର ବାର୍ତ୍ତା ନେଇ ସମଗ୍ର ଦେଶ ଚାଲି ଚାଲି ପରିକ୍ରମା କରିବାର ଇଛା ନେଇ ଆଜି ତିନି ଜଣ ଯୁବ ପରିବ୍ରାଜକ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚି ଥିଲେ l ସେମାନେ ହେଲେ ଇନ୍ଦିରା କଳା ସଂଗୀତ ବିଶ୍ୱ ବିଦ୍ୟାଳୟ, ଖେରାଗଡ଼ ଛତିଶଗଡ ରୁ ଉର୍ତ୍ତିଣ୍ଣ ହୋଇଥିବା ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ ପାଶ୍ୱାନ ଏବଂ ଛତିଶଗଡ ସୌରଭ ଦେବାଙ୍ଗନ l ସମାଜ କୁ ସୁସ୍ଥ ଏବଂ ସ୍ୱଚ୍ଛ ତଥା ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆମେ ସମସ୍ତେ ପାରୁପର୍ଯ୍ୟନ୍ତ ଚାଲିବା ଅଭ୍ୟାସ ରଖିବା ଉଚିତ l ଏହା ଦ୍ୱାରା ଜୈବ ଇନ୍ଧନର କମ ବ୍ୟବହାର ହେବ l ପ୍ରଦୂଷଣ କମିବ, ଟ୍ରାଫିକ ଜାମ ସମସ୍ୟା ର ସମାଧାନ ହେବ ଏବଂ ଆମେ ସମସ୍ତେ ସୁସ୍ଥ ରହିବା l ଏହି ଭଳି ସୁନ୍ଦର ଉଦ୍ଦେଶ୍ୟ ନେଇ ଏହି ତିନି ଯୁବକ ପାଦରେ ଚାଲି ଚାଲି ସମଗ୍ର ଦେଶର ୨୯ ଟି ରାଜ୍ୟ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବାହାରିଛନ୍ତି l ଅକ୍ଟୋବର ୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ୧୬ ତମ ଦିବସରେ ଗତକାଲି ରାତିରେ ସେମାନେ ସୁବର୍ଣ୍ଣପୁର ରେ ପହଂଚି ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଜିଲ୍ଲାପାଳ ଏହି ଯୁବକ ମାନଙ୍କୁ ସେମାନଙ୍କର ମହତ ଉଦ୍ଦେଶ୍ୟ ପାଇଁ ଆରମ୍ଭ କରିଥିବା ଏହି ଯାତ୍ରା ପାଇଁ ସାଧୁବାଦ ଓ ଅଭିନନ୍ଦନ ଜଣାଇବା ସହ ପ୍ରାକୃତିକ ପରିବେଶର ସୁରକ୍ଷା ତଥା ବନୀକରଣ କରିବା ପାଇଁ ଲୋକମାନଙ୍କୁ ବାର୍ତ୍ତାଦେବା ପାଇଁ କହିଥିଲେ ଏବଂ ଏହି ଯାତ୍ରା ର ସଫଳ କାମନା କରିଥିଲେ l ଏହି ପଦଯାତ୍ରୀ ମାନଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ସମ୍ମୁଖରେ ସମ୍ବର୍ଦ୍ଧନା ଦେଇ ଜିଲ୍ଲାର ରେଡ଼କ୍ରସ କର୍ମକର୍ତ୍ତା, ରାମଧୁନ କ୍ଲବ ର ସଦସ୍ୟ, ସ୍ୱଚ୍ଛଭାରତ ଅଭିଯାନ ସଂଗଠନ ଏବଂ ଓଷ୍ଠା ର ସଦସ୍ୟ, ଇଙ୍କ ଫେଷ୍ଟ କର୍ମକର୍ତା, କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ପରେ ପୌର ପରିଷଦ ଅତିଥି ଭବନ ଠାରେ ଏମାନଙ୍କ ପାଇଁ ରହଣିର ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ମଧ୍ୟ ପୌର ପରିଷଦ
ନୋଡାଲ ଅଫିସର ଅଜିତ ନାଏକ, ଓ ଅନ୍ୟ କର୍ମଚାରୀ ଙ୍କ ସହିତ ସ୍ୱଚ୍ଛ ଭାରତ, ପଏଁ ରୀ , କେମିଷ୍ଟ ସଂଘ, ସହର ର ଅନେକ ବୁଦ୍ଧିଜୀବୀ ଏହି ପରିବ୍ରlଜକଙ୍କୁ ସ୍ୱାଗତ କରିଥିଲେ l ଆସନ୍ତାକାଲି ଏହି ୩ ଜଣ ପରିବ୍ରାଜକ ସକାଳ ୮ ଟା ବେଳେ ସୁବର୍ଣ୍ଣପୁରରୁ ଯାତ୍ରା ଆରମ୍ଭ କରି ବୌଦ୍ଧ ଜିଲ୍ଲା ଦେଇ ଭୁବନେଶ୍ୱର ପରେ କଲିକତା ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଥିବା ବିଷୟ ଜ଼ିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଏଇ ସମସ୍ତ କାର୍ଯ୍ୟକ୍ରମକୁ ତତ୍ୱାବଧାନ କରୁଥିବା ସୁବର୍ଣ୍ଣପୁର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମିଡ଼ିଆଙ୍କୁ ସୂଚନା ଦେଇଛନ୍ତି l