-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ବଲାଙ୍ଗିର ର ପୁରାତନ ସମଲେଶ୍ୱରୀ ମନ୍ଦିର ର ର୍ଛାତ ଭଙ୍ଗି ପଡି ଯାଇଥିଲା l ବଲାଙ୍ଗୀର ର ଇଷ୍ଟ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ର ହଠାତ୍ ଛାତ ଭାଙ୍ଗିବା ଭାଙ୍ଗିବା ଘଟଣାକୁ କେହି କେହି ଏକ ଅଶୁଭ ସୂଚନା ବୋଲି କହୁଥିବା ବେଳେ ଆଜି ବଲାଙ୍ଗୀରର ପୁରାତନ ମନ୍ଦିର ସବୁ ଆଜି କେତେ ସୁରକ୍ଷିତ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ମନ୍ଦିରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି l ମନ୍ଦିର ଛାତ ଭାଙ୍ଗିବା ଖବର ପାଇବା ପରେ ବଜରଙ୍ଗ ଦଳ ଓ ବହୁ ସ୍ଵେଚ୍ଛାସେବୀ ତଥା ଭକ୍ତବୃନ୍ଦ ମନ୍ଦିରରେ ପହଂଚି ଥିଲେ lମନ୍ଦିରର ରକ୍ଷଣାବେକ୍ଷଣ ଦିଗରେ ଜିଲ୍ଲା ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ମାଁ ସମଲେଶ୍ବରୀଙ୍କ ଦେବୀ ପୀଠ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଜନମତ ପ୍ରକାଶ ପାଇଛି l ବର୍ତ୍ତମାନ୍ ବଜରଙ୍ଗଦଳ ଓ ଅନ୍ୟ ସ୍ଵେଚ୍ଛାସେବୀ ମାନେ ରାସ୍ତାରୋକ କରିବା ସହ ମନ୍ଦିର ର ତୁରନ୍ତ ମରାମତି ପାଇଁ ଜିଲ୍ଲ ପ୍ରସାଶନ ଠାରେ ଦାବି କରିଛନ୍ତି l ଖବର ପାଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଘଟଣାସ୍ଥଳରେ ପହଂଚି ଲୋକଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିଥିବା ଜଣାପଡିଛି l
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ପ୍ରବଳ ବର୍ଷା ଯୋଗୁଁ ପାଟଣେଶ୍ୱରୀ ମନ୍ଦିର ଭିତରକୁ ରାସ୍ତା ପାଣି ପଶି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l