-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ଆଜି ସୁଦ୍ଧା ସମଗ୍ର ଭାରତ ବର୍ଷରେ ୧୦୦ କୋଟି ଲୋକଙ୍କୁ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଅନ୍ୟତମ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC)ପରିସରରେ ମଧ୍ୟରେ ଚାଲିଥିବା ଟୀକା କେନ୍ଦ୍ରରେ ଆଜିର ଦିନ କୁ ଭାରତ ବର୍ଷର ଉତ୍ସାହପୂର୍ଣ୍ଣ ଦିବସ ଭାବରେ ବିବେଚନା କରି ବଲାଙ୍ଗିର ଜିଲ୍ଲା ର ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡା. ଭୀମ ସାହୁ, ଡାକ୍ତର ଦିବ୍ୟ କିଶୋର ପତି,
ଡା. ତୁଷାର ଠାକୁର, ଡା. ସୁଧା ଵାଲା, ଡା. କ୍ଷିତୀଶ କୁମାର, ପିସ ଊନୀସନ ନିର୍ଦେଶକ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ତଥା ସ୍ୱାସ୍ଥ୍ୟ କେନ୍ଦ୍ର ର ସଭ୍ୟ ସଭ୍ୟା, ଏନ୍ ଏଚ୍ ଏମ୍ ସଭ୍ୟ ସଭ୍ୟା ଗଣ ଏହାକୁ ପାଳନ କରାଇଥିଲେ l
ଏହି ଉତ୍ସବାରେ ଜିଲ୍ଲା ଚିକିତ୍ସାଧିକାରୀ ଡା. ଭୀମ ସାହୁ ଏହା ଭାରତ ବର୍ଷ ପାଇଁ ଏକ ବଡ ସଫଳତା ଓ ଏହି କ୍ରମରେ ସାମିଲଥିବା ପ୍ରତ୍ୟେକ ଟୀକା ଅଧିକାରୀ, ଅନୁଷ୍ଠାନ ତଥା ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଂକୁ ବିଶେଷ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହାକୁ କିଭଳି ଆହୁରି ସଫଳତାର ସହିତ ଆଗକୁ ବଢ଼ାଯାଇ ଆସନ୍ତା କମ ବୟସ ର ଶିଶୁ-କିଶୋର ମାନଙ୍କ ଟୀକାକରଣ କୁ ଉଚିତ ବ୍ୟବସ୍ଥିତ କରାଯିବା ସେ ସମ୍ପର୍କରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଲୋଚନା କରିଥିଲେ l ଏହି ଅବସରରେ ସମସ୍ତ ଅତିଥିଙ୍କ ଗହଣରେରେ ଜଣେ ନାରୀ ହିତାଧିକାରିଣୀଙ୍କୁ ଚିକିତ୍ସାଧିକାରୀ ସମ୍ମାନିତ କରିଥିଲେ l
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମକର୍ତା ଶ୍ରୀ ଗୌରବ ପଧାନ, ଯତୀନ ରାଜପୁତ, ଦିଲୀପ ନାଗ, ଅଞ୍ଜଳି ନାଗ, ନିରୁମୟୀ, ସିନ୍ତୋଷ ମେହେର, ବଳରାମ ସାହୁ,ସୁଶ୍ରୀ ସୀମାରାଣୀ ଖୁଆସ ସୌଦାମିନୀ, ରାହୁଲ ପାଲ, ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସଭ୍ୟସଭ୍ୟା ଗଣ ଏହି ଉତ୍ସାବକୁ ପାଳନ କରାଇବାରେ ସହାୟକ ହୋଇଥିଲେ l