-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ଢେଙ୍କାନାଳ(ତାପସ ଦାସ) : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବ୍ୟାଡମିଟନ ତୁର୍ଣ୍ଣାମେଣ୍ଟ "୫ମ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବ୍ୟାଡମିଟନ ତୁର୍ଣ୍ଣାମେଣ୍ଟ" ଆଜି ଠାରୁ ଆରମ୍ଭ ହୋଇଯାଇଛି। ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଆଜି ଶୁକ୍ରବାର ଠାରୁ ଢେଙ୍କାନାଳ ଜିଲ୍ଲା ସ୍ତରୀୟ ବ୍ୟାଡମିଟନ ତୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ବା ଇଣ୍ଡୋର ହଲରେ ଆଜି ଆୟୋଜିତ ଉଦ୍ଘାଟନୀ ଇତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିଭା ଶୁଭ୍ରମଣି ଏହାର ଉଦ୍ଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ବତନ୍ତ ଅତିଥି ଭାବେ ଯୋଗଦେଇ ବ୍ୟାଡମିଟନ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟ ମାନଙ୍କ ଅଧ୍ୟରେ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ର ସଭାପତି ମଳୟ ପଟ୍ଟନାୟକ ଓ ସମ୍ପାଦକ ଟଂକାଧାର ବେହେରା ,ଅମିତ ଶତପଥି ପ୍ରମୁଖ କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଆଜି ଠାରୁ ଏହି ତୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ଏହି ଟୁର୍ଣ୍ଣାମେଂଟରେ ଢେଙ୍କାନାଳ ଜିଲ୍ଲାର ଉଇମେନ୍ସ ସିଙ୍ଗଲସ, ୧୯ବର୍ଷରୁ କମ ବାଳକ ଉଭୟ ସିଙ୍ଗଲସ ଓ ଡ଼ବଲସ, ମେନ ଉଭୟ ସିଙ୍ଗଲସ ଓ ଡ଼ବଲସ ଓ ୩୫ବର୍ଷରୁ ଉର୍ଧ୍ବ ଭେଟରନ ଡ଼ବଲସ ଏପରି ୬ଟି ବିଭାଗରେ ଏହି ତୁର୍ଣ୍ଣାମେଣ୍ଟ ଖେଳାଯାଉଛି।ଢେଙ୍କାନାଳ ଜିଲ୍ଲାର ଲୁକାୟିତ ବ୍ୟାଡମିଟନ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ଜିଲ୍ଲାର ବ୍ୟାଡମିଟନ ଖେଳାଳି ମାନଙ୍କୁ ଜାତୀୟ ଓ ଅନ୍ତଃଜାତୀୟ ସ୍ତରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଦିଗରେ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଏପରି ତୁର୍ଣ୍ଣାମେଣ୍ଟ ମାଁ ଆୟୋଜିତ କରି ପ୍ରୟାସ ଜାରି ରଖିଛି । ଏଥିପାଇଁ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ପକ୍ଷରୁ ବିଗତ ୪ବର୍ଷ ଧରି ଢେଙ୍କାନାଳରେ ଜିଲ୍ଲା ଓ ଆନ୍ତଃଜିଲ୍ଲା ବ୍ୟାଡମିଟନ ତୁର୍ଣ୍ଣାମେଣ୍ଟ ଆୟୋଜିତ କରିଆସୁଛି। ତୁର୍ଣ୍ଣାମେଣ୍ଟ ଅବସରରେ ଅଂଶ ଗ୍ରହଣ କରୁଥିବା ଉଭୟ ଖେଳାଳି ଓ ଆୟୋଜକ ମାନେ କୋଭିଡ କଟକଣା କୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ପରପକ୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ତୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଥିବା ଖେଳାଳି ମାନେ ଆୟୋଜକଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଥିବା ସହ ବେଶ ଉତ୍ସାହିତ ହୋଇପଡିଛନ୍ତି ବୋଲି ଜିଲ୍ଲା ବ୍ୟାଡମିଟନ ଆସୋସିଏସନ, ଢେଙ୍କାନାଳର ସାଧାରଣ ସମ୍ପାଦକ ଟଙ୍କଧର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।