-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସିନ୍ଦ୍ରିଆବାହାଲ ଖେଳପଡିଆ ଠାରେ ୫ ଦିନ ଧରି ଚାଲିଥିବା ୩୦ ତମ ରଘୁନାଥ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ରଘୁନାଥ ଯୁବକ ସଂଘ ତରଫରୁ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଂଟର ଫାଇନାଲ ଖେଳରେ ସାଗଜୁରିକୁ ହରାଇ ବାଉଁଶୁଣୀ ଦଳ ଚାମ୍ପିଅନ ହୋଇଛି । ପ୍ରଥମ ସେମିରେ ସାଗଜୁରି ଦଳ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସୋନପୁର ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୫୯ ରନ କରି ପରାଜୟ ହୋଇଥିଲା । ଦ୍ୱିତୀୟ ସେମିରେ କ୍ଷେମାଲୋଏ ଦଳ ଟସ ଜିଣି ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୨ ରନ କରିଥିଲା । ଏହାର ଜବାବରେ ବାଉଁଶୁଣି ଦଲ ୫.୪ ଓଭରରେ ୩ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ସାଗଜୁରି ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୪୮ ରନ କରିଥିଲା । ଏହାର ଜବାବରେ ବାଉଁଶୁଣି ଦଲ ୩ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିଅନ ହୋଇଥିଲା । ଖେଳକୁ ରାଧାକାନ୍ତ ପଧାନ, ସଂଜୀବ ପୁରୋହିତ, ସୁମନ୍ତ ପଧାନ, ମାଲିଆ ପୁରୋହିତ, ରିଲୁ ପୁରୋହିତ, ସତ୍ୟନାରାୟଣ ପଧାନ ପରିଚାଲନା କରିଥିଲେ । ଗୁପ୍ତେଶ୍ୱର ଖୂରା, ପିଙ୍କୁ ସାହୁ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଚିତ ଦେହେରୀ ସ୍କୋରର ଦାଇତ୍ୱ ତୁଲାଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଲକ୍ଷ୍ମିବହ୍ଲବ ପଧାନ, ଯଶୋବନ୍ତ ପଣ୍ଡା, ଅମିତ ସାହୁ ଅତିଥି ଭାବରେ ଯୋଗଦେଇ ବିଜେତା ବାଉଁଶୁଣୀ ଏବଂ ଉପବିଜେତା ସାଗଜୁରୀ ଦଳକୁ ଟ୍ରଫିସହ ପୁରସ୍କାର ପ୍ରଦାନ କରିଥିଲେ ।