-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ମାଣ୍ଡିଆପଦର ଗ୍ରାମରେ ଯାଦବ ସମାଜ ପକ୍ଷରୁ ମା ସମଲେଶ୍ୱରୀଙ୍କ ପୂଜା କରାଯାଇଛି l ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ସିଂ ଯାଦବ ଉକ୍ତ ପୂଜାରେ ଯୋଗ ଦେଇଥିଲେ l ପୂଜକ ଭାବେ ଚାହାକା ପାଣ୍ଡେ ଯାଦବ, ରାଧେଶ୍ୟାମ, ଚମାର, ନକୁଳ, ମାର୍କଣ୍ଡ, ସାଦ ଓ ବରୁଆ ଭାବେ ଗଣ୍ଡାରାମ ଯାଦବ ଉପସ୍ଥିତ ଥିଲେ l ସଂଗଠନ ସମ୍ପାଦକ ସର୍ଜନ ଯାଦବ ଓ ମାଣ୍ଡିଆପଦର ଯାଦବ ସମାଜର କମିଟିବୃନ୍ଦ ଉପସ୍ଥିତ ରହି ମା ସମଲେଶ୍ୱରୀଙ୍କ ପୂଜାକୁ ସାଫଲ୍ୟ କରିଥିଲେ l ଏହି ଅବସରରେ ଦଣ୍ଡନୃତ୍ୟର କାର୍ଯ୍ୟକ୍ରମ ରଖା ଯାଇଥିଲା, ଆଖପାଖ ଗ୍ରାମର ଅନେକ ଲୋକଙ୍କ ଆସିବା ଦେଖିବାକୁ ମିଳିଥିଲା l ଶେଷରେ ସମଲେଶ୍ୱରୀ ମାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା l