-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ): ଆଜି ସୋନପୁର ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ପୁରାତନ ଛାତ୍ର ମାନଙ୍କର ଏକଏକତ୍ରୀକାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂର୍ବ ଛାତ୍ର ପରିଷଦର ଅଧ୍ୟକ୍ଷ ଓମପ୍ରକାଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା ସମିତିର ସଭାପତି ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବ ଛାତ୍ର ମାନଙ୍କର ନିଜ ବିଦ୍ୟାଳୟ ପ୍ରତି ରହୁଥିବା ଆନୁଗତ୍ୟ ଭାବ ସମ୍ବନ୍ଧେ ଆଲୋକପାତ କରିବା ସହ ବିଦ୍ୟାଳୟର ବିବିଧ ବିକାଶନ୍ମୁଖୀ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ପରାମର୍ଶ କରିଥିଲେ l ମାଆ, ଜନ୍ମଭୂମି ଓ ନିଜକୁ ମଣିଷ କରିଥିବା
ଶିକ୍ଷାନୁଷ୍ଠାନ ସବୁବେଳେ ସ୍ମରଣୀୟ ବୋଲି କହିଥିଲେ l ସଭାରେ ଜିଲ୍ଲା ପ୍ରମୁଖ ପ୍ରଦୀପ କୁମାର ପୁରୋହିତ ଉପସ୍ଥିତ ପୂର୍ବ ଛାତ୍ରଛାତ୍ରୀ ମାନଙ୍କୁ ସାମ୍ପ୍ରତିକ ସମାଜରେ ଉପୁଜୁଥିବା ବିବିଧ ସମସ୍ୟା ସମ୍ବନ୍ଧେ ଅବଗତ ହେବା ସହ ତାର ନିବାରଣ ଦିଗରେ ଚେଷ୍ଟିତ ହେବା ପାଇଁ ମାର୍ଗଦର୍ଶନ ଦେଇଥିବା ବେଳେ ପରିଷଦର ଅଧ୍ୟକ୍ଷ ଓମ ପ୍ରକାଶ ଭାଇ ସମସ୍ତଙ୍କ ସହ ଆଲୋଚନା ମାଧ୍ୟମରେ ନିଜ ବିଦ୍ୟାଳୟର ଜୀବନଚର୍ଯ୍ୟାର ସ୍ମୃତିଚାରଣ ପୂର୍ବକ ସମସ୍ତଙ୍କୁ ବିଦ୍ୟାଳୟ ପାଇଁ କିଛି ନା କିଛି ଯୋଗଦାନ ଦେବାପାଇଁ ଆହ୍ୱାନ ଦେଇଥିଲେ l ପ୍ରଧାନାଚାର୍ଯ୍ୟ ଦୟାନିଧି କରଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପରିଷଦର ସମ୍ପାଦକ ଆଶିଷ ନାୟକଙ୍କ
ସମେତ ସହ. ପ୍ରଧାନାଚାର୍ଯ୍ୟ ବିନୋଦ କୁମାର ଦାଶ, ଆଚାର୍ଯ୍ୟ ରବିନାରାୟଣ ମହାରଣା, ସୁବ୍ରତ ବିଶି, ଲଛମନ ପଧାନ, ବାଳକୃଷ୍ଣ ମଲ୍ଲିକ, ବଳରାମ ରଥ ଏବଂ ଆଚାର୍ଯ୍ୟl ପୁଷ୍ପାଞ୍ଜଳି ପଣ୍ଡା, ସୌଭାଗ୍ୟ ମଞ୍ଜରୀ ମହାରଣା, ଅନୁସୂୟା ମିଶ୍ର, ସୌଦାମିନୀ ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l