-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ମୋଚିବାହାଳରୁ- ସୋନପୁର ସୀମା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ଶହୀଦ ଶୁକଦେଵଙ୍କ ନାମରେ ନାମିତ କରିବା ପାଇଁ ଦାବି ହେଉଛି। ଏହି ପରିପ୍ରେକ୍ଷୀରେ ରେଢାଖୋଲ ବ୍ଲକ ରେଙ୍ଗାଲି ରାମ ଲୀଳା ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଲବନେଶ୍ୱର ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରେଙ୍ଗାଲି ସରପଞ୍ଚ ସନ୍ତୋଷ ମଲ୍ଲିକ, ବଡ଼ମାଳ ସରପଞ୍ଚ ସଡାନନ ପ୍ରଧାନ, ସୂର୍ଯ୍ୟ ନାରାୟଣ ସାହୁ,ଭୀମ ସେନ ମଲ୍ଲିକ, ଝାଣ୍ଟୁ ସାହୁ, ଅନନ୍ତ ପ୍ରଧାନ, ସୁଦାମ ସାହୁ ପ୍ରମୁଖ ଅଞ୍ଚରର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ରେଙ୍ଗାଲି ଅଞ୍ଚଳର ଶହୀଦ ବୀର ପୁତ୍ର ଶୁକଦେଵଙ୍କ ନାମରେ ନାମିତ କରିବା ପାଇଁ ଆଲୋଚନା କରାଯାଇଥିଲା।ଉଲ୍ଲେଖ ଥାଉକି, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ରେଙ୍ଗାଲି ଗ୍ରାମର ଉଦୟ ନାଥ ପ୍ରଧାନଙ୍କ ପୁଅ ସହିଦ ଶୁକଦେଵ ପ୍ରଧାନ ବିଏସଏଫ ଯବାନ କାର୍ଯ୍ୟରତ ଥିବା ସମୟରେ ଗତ ୨୦୦୧ ମସିହା ଅକ୍ଟୋବର ମାସରେ ପୁଲବାମା ଠାରେ ଲସ୍କର ଆତଙ୍କ ବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ସହିଦ ହୋଇ ଥିଲେ। ଏଣୁ ଭାରତ ମାତୃକାର ପାଇଁ ଶହୀଦ ହୋଇ ଥିବା ଏହି ମହାନ ଶୁକଦେଵଙ୍କ ନାମରେ ଏହି ରାସ୍ତାଟି ନାମିତ କରିବା ପାଇଁ ଦାବି ହେଉଛି।