-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ତଥା ରେଢାଖୋଲ- ବୌଦ୍ଧ ରାସ୍ତାର ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କଦଳିଗଡ ହାଇସ୍କୁଲ ସମ୍ବୁଖରେ ମଙ୍ଗଳବାର ସକାଳ ସାଢେ ଆଠଟା ବେଳେ ୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚାରମାଳ ଥାନା, ଗରଗଡବାହାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଢାଳ ଗ୍ରାମର ସିୟୁସ ଡୁଙ୍ଗଡୁଙ୍ଗ (୪୫) ଏବଂ ଆହତ ବ୍ୟକ୍ତି ଜଣଙ୍କ ହେଲେ ଚାରମାଳ ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ( ବଡବେର୍ଣ୍ଣ।) ଗ୍ରାମର ରାତ୍ର ମୁଣ୍ଡା(୨୭)। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରା ଯାଇଛି। ଜଣା ଯାଇଛି ଯେ ରାଞ୍ଚି- ବିଜୟୱାଡା ରାସ୍ତାର କଦଳିଗଡ ହାଇସ୍କୁଲ ସମ୍ପୁଖରେ ଓଡ଼ି୧୫ପି୧୬୫୫ ନମ୍ବର ବିଶିଷ୍ଟ ବାଇକରେ ମୃତ ସିୟୁସ ଓ ରାତ୍ର ମୁଣ୍ଡା କଦଳିଗଡ ଅଞ୍ଚଳକୁ କୌଣସି କାମରେ ଆସିଥିଲେ। ହେଲେ ସେମାନେ ବାଇକରେ ବୌଦ୍ଧ-ରେଢାଖୋଲ ରାସ୍ତାରେ ରେଢାଖୋଲ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସିୟୁସଙ୍କ ମୃତ୍ୟୁ ହୋଇ ଥିବା ବେଳେ ସେହି ବାଇକର ଚାଳକ ରାତ୍ର ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା ବାଇକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ରେଢାଖୋଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ କରୁ ଅଛନ୍ତି।