-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ ଆକାଉଣ୍ଟରୁ ପାଞ୍ଚ କୋଟି ଟଙ୍କା ହେରଫେର ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ଯୁବକକୁ ଆଜି ସୋନପୁର କୋର୍ଟ ଚାଲାଣ କରାଯାଇଛି।ଗିରଫ ଯୁବକ ଜଣକ ଭୁବନେଶ୍ୱରର ଅବିନାଶ କୁମାର ପଧାନ । ଗତ ୭ ଅପ୍ରେଲ ୨୦୨୧ ରେ ଜିଲ୍ଲା ପୋଲିସର ପରାମର୍ଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଞ୍ଚ କୋଟି ଟଙ୍କା ହେରଫେର ହେବା ଜଣା ପଡିବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ।କ୍ରାଇମବ୍ରାଞ୍ଚ ଏହାର ଅନୁସନ୍ଧାନ କରି ପୂର୍ବରୁ ଏହି ଟଙ୍କା ଆତ୍ମସାତ ମାମଲାରେ ତିନିଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ତିନି କୋଟି ୩୦ ଲକ୍ଷ ଟଙ୍କା ଫ୍ରିଜ କରିଥିଲେ।ତେବେ ପୂର୍ବରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଭବାନୀପାଟଣାର ରାଜକିଶୋର ନାୟକ ଓ ଅନନ୍ତ ଚରଣ ପ୍ରଧାନ ସହିତ ରାଉରକେଲାର ସମୀର କୁମାର ପତି ଏହି ଘଟଣାରେ ଗିରଫ ହୋଇଥିଲେ।ତେବେ କମ୍ପୁଟର ହ୍ୟାକ କରିବା ସହିତ ଇ ଟ୍ରାନ୍ସଫର କରି ପାଞ୍ଚ କୋଟିରୁ ଅଧିକ ଟଙ୍କା ହେରଫେର କରାଯାଇଥିଲା।ଅଭିଯୁକ୍ତ ଅବିନାଶ କୁମାର ପଧାନ ସହଯୋଗ କରିଥିବା ଅଭିଯୋଗରେ ତାକୁ କ୍ରାଇମବ୍ରାଞ୍ଚ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।