-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ପାଟଣାଗଡ଼ (ପ୍ରେରଣା ଖବର) ପାଟଣାଗଡ଼ ଉପଖଣ୍ଡ ବେଲପଡା ସହର ର ଗିରି ଗୋବର୍ଦ୍ଧନ ମନ୍ଦିର ଖେଳ ପଡିଆ ରେ ଜୟବୀର ହେଲ୍ଦ କ୍ଳବ୍ ତରଫ ରୁ ପ୍ରଥମ ଥର ପାଇଁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା।ତା ୧୦.୧୦.୨୧ ରୁ ଆରମ୍ଭ ହୋଇ ଆଜି ପ୍ରଥମ ସେମି ଫାଇନାଲ ରେ ପହଞ୍ଚିଛି। ପ୍ରଥମ ଦିନର ସେମିଫାଇନାଲରେ ସୁଲେକେଲା ଓ ବିଛୁବାହାଲି ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।୪୦ ମିନିଟ୍ ର ଖେଳ ଚାଳିଥିବା ବେଳେ ଏକ ଗୋଲ ଦେଇ ବିଛୁବାହାଲି ବିଜୟୀ ହୋଇଥିଲେ ଓ ଫାଇନାଲ ମ୍ୟାଚ ପାଇଁ ଚୟନ ହୋଇଛନ୍ତି। ଏହି ଫୁଟବଲ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଳକ ୨୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ମହେନ୍ଦ୍ର ସେଠ ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଛନ୍ତି। ଜୟବୀର ହେଲ୍ଦ କ୍ଳବ୍ ର ସଭାପତି ହରିଶ ବୁଡେକ, ସମ୍ପାଦକ ନରୋତ୍ତମ ସେଠ, ଅକ୍ଷୟ ବେହେରା, ପିଣ୍ଟୁ ଅଗ୍ରୱାଲ,ରାମଗୋପାଲ ନାଏକ,ରାଜୁ ମେହେର, ଧର୍ମେନ୍ଦ୍ର ସେଠ,ଜନ୍ମଜୟ ପୁଟେଲ,ମିଳକୁ ସେଠ,ବାଦଳ ଗୁରୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେ। ଆସନ୍ତା କାଲି ପୁଣି ସେମି ଫାଇନାଲ ଥିବାବେଳେ ୧୮/୧୦/୨୧ ସୋମବାର ଦିନ ଫାଇନାଲ ମ୍ୟାଚ ଥିବା ଜଣାପଡିଛି। ଏହିପରି ପ୍ରତ୍ୟେକ ବର୍ଷ ବେଲପଡା ଅଞ୍ଚଳ ର ଖେଳାଳି ମାନଙ୍କ ଅଗ୍ରଗତି ଓ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ ଜାରି ରଖିବା ବୋଲି ସଭାପତି ହରିଶ ବୁଡେକ ମନ୍ତବ୍ୟ ଦେଇଛନ୍ତି।