-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ) ସବୁଜ ବନାନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ରେ ଶୋଭା ପାଉଥିବା ଘଣ୍ଟାଶିନି ପାହାଡ଼ ତଟରେ ଅବସ୍ଥାପିତ ମା ଘଣ୍ଟାଶିନୀ ଙ୍କ ବାର୍ଷିକ ଉତ୍ସବ ପବିତ୍ର ବିଜୟା ଦଶମୀ ଦିନ ଧୁମଧାମରେ ପାଳିତ ହୋଇଯାଇଛି l ବିନିକା ଏନଏସି ଅନ୍ତର୍ଗତ ନୂଆଁପାଲି ଗ୍ରାମ ପାର୍ଶ୍ବରେ ଥିବା ପାହାଡ଼ ଉପରେ ଇଷ୍ଟଦେଵୀ ମା ଘଣ୍ଟାଶିନୀ ପୂଜା ପାଉଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦଶହରା ତିଥିରେ ନୂଆପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମାଙ୍କ
ବାର୍ଷିକ ପୂଜା ଆନନ୍ଦ ଉଲ୍ଲାସରେ ଅନୁଷ୍ଟିତ ହୋଇ ଯାଇଛି l ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଘଣ୍ଟ,ଶଙ୍ଖ ବାଦ୍ୟ ର ତାଳେ ତାଳେ ପୂଜା ସାମଗ୍ରୀ ଧରି ମା ଙ୍କ ପୀଠକୁ କୁ ଯାଇଥିଲେ l ସେଠାରେ ଗ୍ରାମର ଦେହେରି ଦୌଲଥ ଭୁଏ ମାଙ୍କୁ ଯଥା ରୀତିନୀତି ଅନୁସାରେ ପୂଜାର୍ଚନା କରିଥିବା ବେଳେ ବ୍ରାହ୍ମଣ ଉମାବଲ୍ଲଭ ଷଡ଼ଙ୍ଗୀ, ରବୀନ୍ଦ୍ର ଷଡ଼ଙ୍ଗୀ, ଶିବନାରାୟଣ ନାୟକ ଅଭିଳାଷ ବେହେରା,ଦିଲ୍ଲୀପ ପଣ୍ଡା ପ୍ରମୁଖ ଗୀତ ଯଜ୍ଞ ଗାନ କରିଥିଲେ | ଏଥିରେ ଗ୍ରାମ୍ୟ କମିଟି ସଭାପତି ଅଜିତ ଦାଶ, ଯୁବକ ସଂଘ ସଭାପତି ଦୀପକ ବେହେରା,ସମ୍ପାଦକ ଉପେନ୍ଦ୍ର ଭୁଏ କୋଷଧକ୍ଷ ତାପସ ନାୟକ,ସହ ସମ୍ପାଦକ ପ୍ରଦୀପ ଖଣ୍ଡାୟତ,ଅରୁଣ ପଣ୍ଡା, ମୁକେଶ ବଗର୍ତ୍ତୀ,ଜଗନ୍ନାଥ ଭୁଏ,ହିତୁ ଭୁଏ,ରାଜିନ୍ଦ୍ର ଭୁଏ,ପ୍ରଶାନ୍ତ ପାଣ୍ଡେ, ସଙ୍ଗୀତ ବାଘ,ଗଦା ବାହୁକ, ପଳିତ ବାହୁକ,ଯୁଧିଷ୍ଠିର ଭୁଏ,ପ୍ରକାଶ ଭୁଏ,ଦିପୁନ ବେହେରା,ପୀତବାସ ଭୁଏ, ସୁକେଶ ବଗର୍ତ୍ତୀ,ସରୋଜ ଖଣ୍ଡାୟତ,ପ୍ରେମରାଜ ଭୁଏ, ରାଜୁ ନାଏକ,ଵେଦେଶୀ ବାଘ,ଯଦୁ ଭୁଏ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ |