-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2021
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ବିଜୁ ଜନତାଦଳ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଉପଲକ୍ଷେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ବଡ଼ଟୀକା ଗ୍ରାମ ପଂଚାୟତ ଠାରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଜେଡି ବ୍ଲକ ଯୁବ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ନିହାର ରଞ୍ଜନ ବେହେରା ଯୋଗଦେଇ ଉଦଘାଟନ କରିଥିଲେ l ଉକ୍ତ ପୁଣ୍ୟତିଥିରେ ନିର୍ବାଚନ ମଣ୍ଡଳୀର ଯୁବକ, ଛାତ୍ର, ମହିଳା, ବୁଦ୍ଧିଜିବି ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରରେ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଶିବିରକୁ ସଫଳ କରିବାକୁ ଉତ୍ସାହିତ କରିଥିଲେ ଯୁବ ସମ୍ପାଦକ ଶ୍ରୀ ସରୋଜ ମହାକୁର, ଜିଲ୍ଲା ଛାତ୍ର ଉପ ସଭାପତି ଟୁକୁଲୁ କଦମ୍ବ, ବ୍ଲକ ଛାତ୍ର ସଭାପତି ପିଣ୍ଟୁ ଯୋଶୀ, ଆଗଲପୁରରୁ ସଞ୍ଜୟ ମଲ୍ଲିକ, ପିଣ୍ଟୁ ରଣା, ଟିକୁ ତ୍ରିପାଠୀ, ବିକାଶ ମହାକୁର, ପୁଇଁତଲାରୁ ସୁଧୀର ଅମାତ,
କୁନାଲ ସରକାର, ଶ୍ରୀପତି ପଧାନ, ଅରୁଣ ନାଏକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଆଇଟି ଜିଲ୍ଲା ସଭାପତି ହେମକାନ୍ତ ସାହୁ, ଆଶା, ଅଙ୍ଗନବାଡି, ସିଏଚସି ରୁ ସୁଧୀର ପଧାନ, ନରେନ୍ଦ୍ର କୁମ୍ଭାର, ଜିଲ୍ଲା ରକ୍ତ ଭଣ୍ଡାରର ଅସରପ, ଅଭି, ସୁଧୀର, ଅକ୍ଷୟ, ଦୀପକ ଯୋଗ ଦେଇଥିଲେ l ମନୋରଞ୍ଜନ ବିଶ୍ୱାଳ, ଝସକେତନ ମହାନନ୍ଦ ଓ ବିକ୍ରମ ନନ୍ଦ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ l