-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ସମ୍ପୁର୍ଣ୍ଣ ହୋଇଥିବା ପ୍ରକଳ୍ପର ଉଦଘାଟନ କରିଥିଲେ । ଅନେକ ମନ୍ତ୍ରୀ ମଧ୍ୟ ତାଙ୍କ ସାଙ୍ଗରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ମାର୍ଟ କାର୍ଡ ବିତରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ରାଜକୋଷରୁ ଯେତେ ଟଙ୍କା ଖର୍ଚ୍ଚ ହେଲା ସ୍ମାର୍ଟ କାର୍ଡ ତିଆରିରେ ସେତେ ଖର୍ଚ୍ଚ ହୋଇ ନ ଥିବା ପରିଲକ୍ଷିତ ହୁଏ । ତେବେ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ଖର୍ଚ୍ଚ କୁ ହିସାବ କଲେ ଛ ' ଟଙ୍କାର ଘୋଡ଼ା କୁ ନଅ ' ଟଙ୍କାର ଦାନା ଭଳି ପ୍ରତିତ ହୁଏ । ଆଗକୁ ପଞ୍ଚାୟତ ଏବଂ ମ୍ୟୁନିସପାଲିଟି ନିର୍ବାଚନ । ସ୍ମାର୍ଟ କାର୍ଡ ବଣ୍ଟନ ନାମରେ ନିର୍ବାଚନୀ ପ୍ରସ୍ତୁତି ନୁହେଁ ତ ବୋଲି ଚର୍ଚ୍ଚା ହୁଏ ।