-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Sep-2021
ଢେଙ୍କାନାଳ-(ତାପସ ଦାସ): ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ର ଷଡ଼ଙ୍ଗୀ ମୋଟର ଚାଳକ ସଙ୍ଘ ତରଫରୁ ଗଂଦିଆ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ, ତା ସହିତ ଆଜିର ଦିବସକୁ ମୋଟର ଚାଳକ ଦିବସ ରୂପେ ଘୋଷଣା କରିବାଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ପାଖରେ ଦାବି କରିଥିଲେ, ଏହି କାଯ୍ୟକ୍ରମରେ ସଂଘର ଆବାହକ ନିରଞ୍ଜନ ଦାସ ସଭାପତି ବିଦ୍ୟାଧର ଗୁରୁ, ଉପ ସଭାପତି ପ୍ରଶାନ୍ତ ପରିଡା, କୋଷାଧକ୍ଷ ବିପିନ ରାଉତ, ବଳିଷ୍ଠ କାଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ଶତାଧିକ ମୋଟର ଚାଳକ ଷଡ଼ଙ୍ଗୀ ଆଖଣ୍ଡଳମଣି ଛକରୁ ଏକ ମୋଟର ସାଇ କେଲ ରାଲି ବାହାରି ଶ୍ରୀ ରାମ ଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ, ସେଠାରେ ରୋଗୀମାନଙ୍କୁ ଏବଂ ପ୍ରସୂତି ମହିଳା ମାନଙ୍କୁ ଫଳ, କ୍ଷୀର,ବିସ୍କୁଟ, ବଣ୍ଟନ କରିଥିଲେ, ଏହିପରି ମହତ କାଯ୍ୟ କ୍ରମକୁ ଷଡ଼ଙ୍ଗୀ ମୋଟର ଚାଳକ ସଂଘ କୁ ଗଂଦିଆ ବ୍ଲକ ର ଜନସାଧାରଣ ସହିତ ନିଜେ ଶ୍ରୀ ରାମ ଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପ୍ରଶାନ୍ତ କୁମାର ସେଠୀ, ସାଧୁବାଦ ଜଣାଇଥିଲେ,