-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
13-Sep-2021
ଭୁବନେଶ୍ୱର(ମହାମାୟା ମହାନ୍ତି ):ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ ସାମଲ ଏନେଇ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଆବଶ୍ୟକ ସ୍ଥଳେ ରାତି ପାଟ୍ରୋଲିଂ ବି କରାଯିବ । ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ । ରାଜ୍ୟରେ ୮ଟି ବୃହତ ଓ ୪୪ଟି ମଧ୍ୟମ ଜଳ ଭଣ୍ଡାର ରହିଛି । ହୀରାକୁଦରେ ଜଳ ଧାରଣ କ୍ଷମତା ୭୮% ରହିଛି । ସେହିପରି ରେଙ୍ଗାଲି ଡ୍ୟାମରେ କ୍ଷମତାର ୮୩ ପ୍ରତିଶତ ଜଳ ରହିଛି । ଅବଶିଷ୍ଟ ୬ଟି ବୃହତ ଜଳ ଭଣ୍ଡାରରେ କ୍ଷମତାର ୫୦ ପ୍ରତିଶତ ରୁ କମ୍ ଜଳ ରହିଛି । ୪୪ଟି ମଧ୍ୟମ ଡ୍ୟାମରୁ ୬ଟି ୭୫% ଓ ୧୪ଟିରେ ୫୦ ପ୍ରତିଶତ ଜଳ ରହିଛି ।