-+91-9937148622 |

prerana_bgr@rediffmail.com |

  Monday 23rd March 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   (22-Mar-2026)       ||      *ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-   (22-Mar-2026)       ||      ଭଅଁରାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (22-Mar-2026)       ||      *ସୁନାବେଡ଼ା ଅଭୟାରଣ୍ୟ ରେ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ଗସ୍ତ*   (22-Mar-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (22-Mar-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   (22-Mar-2026)       ||      *ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   (22-Mar-2026)       ||      କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ    (22-Mar-2026)       ||      ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ    (22-Mar-2026)       ||      *ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   (22-Mar-2026)       ||      ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||     

HOME   ରାଜ୍ୟ

ଆଜି ପ୍ରବଳ ବର୍ଷିବ

13-Sep-2021



  • ଭୁବନେଶ୍ୱର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆସନ୍ତା ୨୪ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର ଓ ବରଗଡ଼ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (୧୨ରୁ୨୦ ସେମି) ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏହି ସବୁ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ଭୀଷଣ (୨୦ ସେମି ପାଖାପାଖି) ବର୍ଷା ହୋଇପାରେ । ସେଥିପାଇଁ ଏହି ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁନଶ୍ଚ ଆସନ୍ତା ୨୪ ଘଣ୍ଟାରେ ୧୦ଟି ଜିଲ୍ଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୯ଟି ଜିଲ୍ଲାରେ କିଛି କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ଳ କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ଜିଲ୍ଲାର ୫ଟି ସ୍ଥାନରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଅସ୍ତରଙ୍ଗରେ ୫୩୦ ମିମି ଓ କାକଟପୁରରେ ୫୨୫ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୩୪୨.୫ ମିମି ବର୍ଷା ହୋଇଛି । ସେହିଭଳି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୪୪୦ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା କଣ୍ଟାପଡ଼ାରେ ୩୮୧ ମିମି ଓ ନିଆଳିରେ ୩୭୦ ମିମି ବର୍ଷା ହୋଇଛି । ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୫୭ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   22-Mar-2026
  ଜିଲ୍ଲା  
ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ ଆରମ୍ଭ   22-Mar-2026
  ଜିଲ୍ଲା  
*ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ*-   22-Mar-2026
  ଜିଲ୍ଲା  
ଭଅଁରାରେ ମାଗଣା ସ୍ୱାସ୍ଥ୍ୟ ଶିବିର   22-Mar-2026
  ଜିଲ୍ଲା  
*ସୁନାବେଡ଼ା ଅଭୟାରଣ୍ୟ ରେ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ବାର୍ତ୍ତା ନେଇ ଜିଲ୍ଲାପାଳଙ୍କ ଗସ୍ତ*   22-Mar-2026
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   22-Mar-2026
  ଜିଲ୍ଲା  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   22-Mar-2026
  ଜିଲ୍ଲା  
*ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   22-Mar-2026
  ଜିଲ୍ଲା  
କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ   22-Mar-2026
  ରାଜ୍ୟ  
ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ   22-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   22-Mar-2026
  ଜିଲ୍ଲା  
ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   22-Mar-2026

You Might Also Like