-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
08-Sep-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଭୀମ ଭୋଇ ମେଡିକାଲକୁ ପୁଣି ଥରେ ଅଚାନକ ପରିଦର୍ଶନ କରିଥିଲେ l ଚଳିତ ମାସ ୧ ତାରିଖରେ ଥରେ ଆସି ସମସ୍ତ ଆଲୋଚନା କରିଥିଲେ ଏବଂ ୭ଦିନ ମଧ୍ୟ ରେ ମେଡିକାଲକୁ ସ୍ୱଚ୍ଛ ରଖିବାକୁ ନିର୍ଦ୍ଦେଶ ଦେଇ ଥିଲେ l
ଆଜିର ଗ୍ରସ୍ତରେ ଶ୍ରୀମତୀ ସାଂସଦ ମେଡିକାଲକୁ ଆସି ସମସ୍ତ ଚିକିତ୍ସାଳୟ ସମସ୍ତ ୱାର୍ଡକୁ ଆସି ପରିଦର୍ଶନ କରିଥିଲେ ଏବଂ ଅକ୍ସିଜେନ ପ୍ଲାଣ୍ଟ କୁ ଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏନ୍ ଆର ସି ୱାର୍ଡ କୁ ଯାଇ ଡାକ୍ତର ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଅଧୀକ୍ଷକ ମହେନ୍ଦ୍ର ନାୟକଙ୍କୁ
ପୁଣି ଥରେ ମେଡିକାଲ ର ସମସ୍ତ ଅସୁବିଧାକୁ ଦୁରିଭୂତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ କୋଭିଡ ପାଇଁ ପ୍ରସ୍ତୁତ ରହିବା ପାଇଁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇ ଥିଲେ l ଏଥି ମଧ୍ୟରେ ତାଙ୍କ ସହିତ ମେଡିକାଲ କଲେଜର ସାଂସଦ ପ୍ରତିନିଧି ଦିନେଶ ଶର୍ମା ଏବଂ ଦଳୀୟ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ l କର୍ମକର୍ତ୍ତା ମାନେ ହେଲେ ମେଡିକାଲର ସାଂସଦ ପ୍ରତିନିଧି ଆରତୀ ଗୁରୁ, କାର୍ଯ୍ୟକର୍ତ୍ତା ସଞ୍ଜୁ ନାୟକ, ରଞ୍ଜିତ ପାଣଗ୍ରାହୀ, ସରିତା ଯୋଶୀ, ସୌଦାମିନି ମିଶ୍ର, ବାସନ୍ତୀ ଜେନା, ପିତାମ୍ବର ଖମାରୀ, ସୁନିଲ ସେଠ୍, ରାଜକିଶୋର ନାୟକ ପ୍ରମୁଖ ଯୋଗ ଦେଇଥି